Home କନ୍ଧମାଳ ବାଲିଗୁଡା ଉପଖଣ୍ଡରେ ଆବାସ ଯୋଜନା ସାତ ସପନ: ଭଙ୍ଗା ଘରେ ବିତୁଛି କୃଷ୍ଣ ଓ ବିଧବା...

ବାଲିଗୁଡା ଉପଖଣ୍ଡରେ ଆବାସ ଯୋଜନା ସାତ ସପନ: ଭଙ୍ଗା ଘରେ ବିତୁଛି କୃଷ୍ଣ ଓ ବିଧବା ମାଙ୍କ ଜୀବନ

62

ବାଲିଗୁଡା, ୬/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି। ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ଖଣ୍ଡିଏ ଲେଖାଏଁ ଯୋଗାଇ ଦେଉଛନ୍ତି। ଏ ବାବଦରେ ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ ହେଉଛି, କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ପ୍ରତିଫଳନ ହେଉଛି। ପ୍ରକୃତ ହିତାଧିକାରୀ ଯୋଜନାରେ ଉପକୃତ ହେବାବଦଳେ ଧନୀକ ଶ୍ରେଣୀର ଲୋକେ ଏହାର ସୁବିଧା ହାତେଉ ଥିବା ଅଭିଯୋଗ ହେଉଛି। ଏପରିକି ଟଙ୍କା ଲାଞ୍ଚ ନ ଦେଲେ କିଛି ବି ହେଉନି। ବ୍ଲକ ପ୍ରଶାସନର ପ୍ରିୟାପ୍ରୀତୀ ପୋଷଣ ହେଉକି ରାଜନୈତିକ ଇଛା ଶକ୍ତି ର ଅଭାବ ହେଉ ଅବା ଲାଞ୍ଚଖୋର ମନଭାବ ରୁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ଏହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର କିରିକୁଟି ଗ୍ରାମ ପଞ୍ଚାୟତରେ। ଗତ ଫାଇଲିନରେ କିରିକୁଟି ଉପର ସାହିର କୃଷ୍ଣ ଚନ୍ଦ୍ର ବେହେରାଙ୍କ ଘର ଛପର ଉଡ଼ିଗଲା ଫଳରେ ଅର୍ଦ୍ଧ ଭଗ୍ନ ଘରେ ମା ଓ ପୁଅଙ୍କ ବିତୁଛି ଦିନ, ବର୍ଷା ହେଲେ କଥା ସରିଲା ମୁଣ୍ଡଗୁଞ୍ଜିବାକୁ ଜାଗା ନାହିଁ। ମାଆ ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଘରେ ଆଶ୍ରୟ ନେଉଥିବା ବେଳେ ରୋଗୀଣା ପୁଅ କୃଷ୍ଣ ଚନ୍ଦ୍ର ପର ପିଣ୍ଡାରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଏହି ଆବାସ ଯୋଜନା ପାଇଁ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଦୌଡି ନୟାନ୍ତ ହୋଇଛନ୍ତି, କିନ୍ତୁ ଘରଟିଏ ମିଳିନାହିଁ ବୋଲି କୃଷ୍ଣ ପ୍ରକାଶ କରିଛନ୍ତି। କନ୍ଧମାଳ ଜ଼ିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.