Home କନ୍ଧମାଳ ଅଙ୍ଗନବାଡି କେନ୍ଦ୍ରରୁ ବିଳମ୍ବିତ ରାତ୍ରରେ ଚୋରି

ଅଙ୍ଗନବାଡି କେନ୍ଦ୍ରରୁ ବିଳମ୍ବିତ ରାତ୍ରରେ ଚୋରି

76

ବାଲିଗୁଡା, ୬/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଙ୍ଗନୱାଡି କର୍ମୀ ପ୍ରେମୀ ନାଏକ ଟିକାବାଲି ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଶୁକ୍ରବାର ସକାଳେ ସେ କେନ୍ଦ୍ର ଖୋଲିବାକୁ ଆସିଥିବାବେଳେ ତାଲା ଭାଙ୍ଗି ପଡିଥିବା ସହ କବାଟ ଖୋଲାଥିବା ଦେଖିଥିଲେ। ଭିତରକୁ ଯାଇ ଦେଖିବା ବେଳକୁ ୮୬ କେ-ଜି ଚାଉଳ, ଡାଲି ନ ଥିବା ଦେଖିଥିଲେ। ଏନେଇ ଚକାପାଦ ସିଡିପିଓ ଅଲିଅଳ ପ୍ରଧାନଙ୍କୁ ଜଣାଇବା ପରେ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବର ମଧ୍ୟ କେନ୍ଦ୍ରରୁ ୨ଥର ଚୋରି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.