Home Coronavirus Outbreak ବାଲିଗୁଡା:କରୋନା ଭୂତାଣୁ ମୁକାବିଲା ପାଇଁ ବାଲିଗୁଡା ପୋଲିସର ଅଭିନବ ପ୍ରୟାସ

ବାଲିଗୁଡା:କରୋନା ଭୂତାଣୁ ମୁକାବିଲା ପାଇଁ ବାଲିଗୁଡା ପୋଲିସର ଅଭିନବ ପ୍ରୟାସ

145

ବାଲିଗୁଡା, ୫/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମହାମାରୀ କରୋନା ଭୂତାଣୁ ମୁକାବିଲା ପାଇଁ ସାରା ବିଶ୍ବ ଚିନ୍ତିତ ଓ ଏ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ ପକ୍ଷରୁ ଏକ ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନ କରାଯାଇଛି।ଏହି ପରିପ୍ରେକ୍ଷୀରେ କନ୍ଧମାଳ ପୁଲିସ ପକ୍ଷରୁ ଏକ ଗୀତ (ଦେଖିକି ଚଳୁଥିବା) ରିଲିଜ ହୋଇଛି। ଏହି ଗୀତକୁ ବାଲିଗୁଡ଼ା ଥାନାରେ ଆନୁଷ୍ଠାନିକ ଭାବେ କନ୍ଧମାଳ ଏସପି ପ୍ରତୀକ ସିଂ ଯୋଗ ଦେଇ ଉନ୍ମୋଚନ କରିଛନ୍ତି। ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଏହି ଗୀତ ରଚନା କରିଥିବାବେଳେ କଣ୍ଠଦାନ କରିଛନ୍ତି ଆଇଆଇସି ପ୍ରଶାନ୍ତ କୁମାର ବେହେରା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ପୁଲିସ ପକ୍ଷରୁ କରୋନା ମୁକାବିଲା ନେଇ ସଚେତନତା କରାଯାଉଛି। ଆମେ ଆଉ ଏକ ନିଆରା ପ୍ରୟାସ ଆରମ୍ଭ କରିଛୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ, ଆଶା କରୁଛୁ ଏହି ଗୀତ ମାଧ୍ୟମରେ ଲୋକେ ଆଉଟିକେ ସଚେତନ ହେବେ ବୋଲି କନ୍ଧମାଳ ଏସପି କହିଛନ୍ତି। ସେପଟେ ଗୀତକୁ ନେଇ ବାଲିଗୁଡ଼ା ଏସଡିପିଓ ଓ ଆଇଆଇସି ମଧ୍ୟ ସଫଳତା ମିଳିବ ବୋଲି ବେସ୍ ଅଶା ବାନ୍ଧିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.