Home ଓଡ଼ିଶା ବାଲିଗୁଡ଼ା: ଏନଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ :ବିଜେପି ଖାତା ଖୋଲି ପାରିନାହିଁ

ବାଲିଗୁଡ଼ା: ଏନଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ :ବିଜେପି ଖାତା ଖୋଲି ପାରିନାହିଁ

38

ବାଲିଗୁଡ଼ା ୨୭-୩ : (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ପୌର ନିର୍ବାଚନରେ ପୁଣି ବିଜେଡ଼ିର ବାଜିମାତ୍। ମାଟି କାମୁଡ଼ିଲେ ଦୁଇ ଜାତୀୟ ଦଳ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି କରିଛି ବିପୁଳ ବିଜୟ। ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ୫୯୯୧ ଭୋଟରେ ବିଜୟ ଲାଭ କରିଥିବା ବେଳେ ୧୧ଟି ଓ୍ବାର୍ଡ ଦଖଲ କରିଛି। ବ୍ଲକ୍ ସଭାପତି ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସମସ୍ତ ଓ୍ବାର୍ଡ ବୁଲି ଭୋଟର ମାନଙ୍କୁ ଧନ୍ୟବାଦ ଜଣାଇବାସହ ବାଲିଗୁଡ଼ା ସହରରେ ବିଜୟ ଉତ୍ସବ ପାଳିଛି ବିଜେଡ଼ି। ଏହି ବିଜୟ ଆମର ନୁହେଁ ଏହି ବିଜୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭରଷା କରିଥିବା ବାଲିଗୁଡ଼ା ସହରର ଅଗଣିତ ଭୋଟରଙ୍କ ବିଜୟ। ପୁଣିଥରେ ଆମେ ବାଲିଗୁଡ଼ା ସହରରେ ବିକାଶ ଧାରା ଜାରିରଖିବା ଏବଂ ବାଲିଗୁଡ଼ା ସହରର ସର୍ବାଙ୍ଗିନ ବିକାଶ କିଭଳି ହେବ ସେଥିପ୍ରତି ଦୃଷ୍ଟି ଦେବା ବାଲିଗୁଡ଼ାର ଯୁବ ବିଧାୟକ ଚକ୍ରମଣି କହଁର ଓ ବ୍ଲକ୍ ବିଜେଡି ସଭାପତି ଟୁନା ଦାସ କହିଛନ୍ତି। ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ୧୩ଟି ଓ୍ବାର୍ଡ ମଧ୍ୟରୁ ବିଜେଡ଼ି ୧୧ ଓ୍ବାର୍ଡ ଓ କଂଗ୍ରେସ ଦୁଇଟି ଓ୍ବାର୍ଡ ୧ ଏବଂ ୧୩ ନଂ.ଦଖଲ କରିଥିବା ବେଳେ ବିଜେପି ଖାତା ଖୋଲି ପାରି ନାହିଁ। ଦୁଇ ଦୁଇଟି ଜାତୀୟ ଦଳକୁ ପଛରେ ପକାଇ ବିଜେଡ଼ି ଏକ ନମ୍ବର ସ୍ଥାନ ଅଧିକାର କରି ପାରିଛି। ବାଲିଗୁଡା ଏନ.ଏ.ସି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ମଧ୍ୟରେ ମୋଟ ଭୋଟ: ୧୦୧୪୫ଟି ହୋଇଥିବା ବେଳେ ସେଥି ମଧ୍ୟରୁ ଗୋବିନ୍ଦ ଚନ୍ଦ୍ର ପ୍ରଧାନ(ବିଜେଡି) : ୫୯୯୧ଟି ଭୋଟ, ଅନନ୍ତ ମାଝୀ (କଂଗ୍ରେସ ): ୨୪୫୭ଟି ଭୋଟ, କୁସୁମି ପ୍ରଧାନ (ବିଜେପି) : ୧୫୧୭ଟି ଭୋଟ ଏବଂ ନୋଟାରେ ୧୮୦ଟି ଭୋଟ ପାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.