Home କୋରାପୁଟ ବାଲଡା ପଂଚାୟତର ଜିପିଟିଏଙ୍କୁ ବଦଳି କରିବାକୁ ଦାବି

ବାଲଡା ପଂଚାୟତର ଜିପିଟିଏଙ୍କୁ ବଦଳି କରିବାକୁ ଦାବି

40

କୋରାପୁଟ ୨୩-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଗ୍ରାମ ପଂଚାୟତର ଜିପିଟିଏଙ୍କୁ ତୁରନ୍ତ ବଦଳି କରିବାକୁ ଲୋକ ପ୍ରତିନିଧିମାନେ ଦାବି କରିଥିବା ଜଣାପଡିଛି ।ବାଲଡା ଗ୍ରାମ ପଂଚାୟତରେ ଜିପିଟିଏ ଦାୟିତ୍ୱରେ ଥିବା ସୁଚିଶ୍ମିତା ପରିଜାଙ୍କ ମନମୁଖୀ କାର୍ଯ୍ୟାକଳାପରେ ନିର୍ବାଚିତ ଲୋକ ପ୍ରତିନିଧିମାନେ କ୍ଷୁବ୍ଧ ହୋଇଥିବା ନାଏବ ସରପଂଚ ମଧୁସୂଦନ ଦୋରା ସୂଚନା ଦେଇଛନ୍ତି ।ପ୍ରକଳ୍ପର ଅଟକଳ ଓ ପ୍ଲାନ ଅନୁମୋଦନ ନିମନ୍ତେ ୨ ପ୍ରତିଶତ ଆଗୁଆ ଅର୍ଥ ଦାବି କରିବା ସହ ଜିପିଟିଏ  ବାଲଡା ଗ୍ରାମର ଡି.ହନ୍ତାଲଙ୍କଠାରୁ ୩ ହଜାର ଟଙ୍କା ନେଇଥିବା  ଗୁରୁତର   ଅଭିଯୋଗ କରାଯିବା ସହ କାର୍ଯ୍ୟାଳୟକୁ ଯଥାରୀତି ନ ଆସିବା  ଆଦିବାସୀ ଓାର୍ଡ ସଭ୍ୟ ଓ ସଭ୍ୟାମାନଙ୍କୁ ଦୁର୍ବ୍ୟବହାର କରିବା ପ୍ରଭୃତି  ଜିଲ୍ଲାପାଳ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  , ବିଡିଓ ପ୍ରମୁଖଙ୍କୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି ।ଏ ସଂପର୍କରେ ଜିଲ୍ଲା ତଥା ବ୍ଲକସ୍ତରର ଅଧିକାରୀଙ୍କ ଯୋଗାଯୋଗ ସମ୍ଭବ ହୋଇ ନ ଥିବାରୁ ପ୍ରତିକ୍ରୀୟା ଉଲ୍ଲେଖ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.