ବଲାଙ୍ଗୀର ୧୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହଲ ଥାନା ଅଂଚଳରେ ଗତ ଗୁରୁବାର ଦିନ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବାବେଜୁରୀ ଗ୍ରାମ ବାର୍ହା ମାଂସ ଓ ଦୁଇଟି ଦେଶୀ ବନ୍ଧୁକ ସହ ଗିରଫ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ଏହି ମୁରିବାହଲ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କେସବ ବାଗ ନାମକ ଜଣେ ଯୁବକ ଓ ଅନ୍ୟ ଜଣେ ସହଯୋଗୀ ଏହି ବାବେଝୁରି ଗ୍ରାମ ଜଙ୍ଗଲ ଛକ ନିକଟରେ ପୋଲିସକୁ ଦେଖି ଫେରାର ହେବା ଉଦ୍ୟମ କରିଥିଲେ। କେଶବକୁ ପୋଲିସ କାବୁ କରିନେଇଥିବା ବେଳେ ଅନ୍ୟ ଅଭିଯୁକ୍ତ ସେଠୁ ଫେରାର ହୋଇଯାଇଥିଲେ। ଏକ ଗାଡି ନଂ ଓ.ଡି. ୨୬ ଏ ୨୪୩୦, ଓ ଦୁଇଟି ଦେଶୀ ବନ୍ଧୁକ ତଥା ବାରହା ମାଂସ ସହ ଯୁବକକୁ ଗିରଫ କରି କେଶ ନଂ୧୭/୧୯ ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଅଂଚଳରେ ଦିନକୁ ଦିନ ଏହି ବାର୍ହା ଶିକାର ବଢ଼ୁଥବା ବେଳେ ଜଙ୍ଗଲ ବିଭାଗ ନିରବ ଥିବା ଅଭିଯୋଗ ହୋଇ ଆସୁଛି। ଉକ୍ତ ଅଭିଯୁକ୍ତ ଏହି ଦେଶୀ ବନ୍ଧୁକ ପାଇଲା କୋଉଠୁ ଓ ତା ସହଯୋଗୀ ସବୁ କିଏ ସେ ନେଇ ଅଧିକ ତଦନ୍ତ ଚାଲିଥିବା ମୁରିବାହଲ ଥାନା ଅଧିକାରୀ ରଂଜନ ବାରିହା ସୂଚନା ଦେଇଛନ୍ତି।