Home ଜିଲ୍ଲା ପରିକ୍ରମା ବାରିକପୁର କଲେଜ କିରାଣୀ ପେନସନ ଘଟଣା; ନ୍ୟାୟାଳୟ ଆଦେଶ ହେଉନି କାର୍ଯ୍ୟକାରୀ

ବାରିକପୁର କଲେଜ କିରାଣୀ ପେନସନ ଘଟଣା; ନ୍ୟାୟାଳୟ ଆଦେଶ ହେଉନି କାର୍ଯ୍ୟକାରୀ

57

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବାରିକପୁର ଜୁନିଅର କଲେଜ ଅବସରପ୍ରାପ୍ତ କିରାଣୀ ଦୋଳଗୋବିନ୍ଦ ମଲ୍ଲିକଙ୍କୁ ପେନସନ ପ୍ରଦାନ ପାଇଁ ଉଚ୍ଚନ୍ୟାୟାଳୟ ଆଦେଶ କାର୍ଯ୍ୟକାରି କରିବାକୁ ଉଚ୍ଚଶିକ୍ଷା ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଜଣାଯାଇଛି । ୨୦୧୯ ମସିହା ଅକ୍ଟୋବର ମାସରେ ଅବସରଗ୍ରହଣ କରିଥିବା ଶ୍ରୀ ମଲ୍ଲିକ ପେନସନ ପାଇଁ ସରକାରଙ୍କୁ ବାରମ୍ବାର ଆବେଦନ କରି ବିଫଳ ହେବା ପରେ ହାଇକୋର୍ଟରେ ମାମଲା ଋଜୁ କରିଥିଲେ । ଡବ୍ଲୁ.ପି.ସି. ନଂ ୭୬୩୭/୨୦୨୦ର ବିଚାର କରି ହାଇକୋର୍ଟ ପେନସନ ପ୍ରଦାନ ପାଇଁ ୨୭.୫.୨୦ରେ ସ୍ପଷ୍ଟ ଆଦେଶ ଦେଇଥିଲେ । ମାତ୍ର ଏହାକୁ ବିଭାଗ କାର୍ଯ୍ୟକାରୀ କରିନଥିଲା । ଫଳରେ ଶ୍ରୀ ମଲ୍ଲିକ ଅଦାଲତ ଅବମାନନା ମାମଲା ଋଜୁ କରିଥିଲେ । ଏହାର ବିଚାର କରି ହାଇକୋର୍ଟ ଗତ ୮.୩.୨୧ରେ ଆଦେଶ ପ୍ରାପ୍ତିର ତିନିମାସ ମଧ୍ୟରେ ପେନସନ ପ୍ରଦାନ କରିବାକୁ ସରକାରଙ୍କୁ ଆଦେଶ ଦେଇଥିଲେ । ମାତ୍ର ଏହାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇନଥିଲା । ପୁନଶ୍ଚ ଶ୍ରୀ ମଲ୍ଲିକ ଏହା ବିରୋଧରେ ଦ୍ୱିତୀୟ ବାର ଅଦାଲତ ଅବମାନନା ମାମଲା ଦାୟର କରିଥିଲେ । ଏହାର ବିଚାର କରି ହାଇକୋର୍ଟ କଡା ଆଭିମୁଖ୍ୟ ପୋଷଣ କରି ରାୟ ପ୍ରକାଶର ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକାରି କରିବାକୁ ସରକାରଙ୍କୁ ଆଦେଶ ଦେଇଥିଲେ । ଅନ୍ୟଥା ପରବର୍ତ୍ତୀ ସପ୍ତାହରେ ନିଜଆଡୁ ଅଦାଲତ ଅବମାନନା ମାମଲା ଦାୟର କରିବାକୁ ରେଜେଷ୍ଟ୍ରିକୁ ଆଦେଶ ଦେଇଥିଲେ । ପେନସନ ପ୍ରଦାନ ପାଇଁ ସର୍ବଶେଷ ଆଦେଶ ମଧ୍ୟ ବିଫଳ ହୋଇଥିବା ଜଣାଯାଇଛି । ଦୀର୍ଘ ଚାରିବର୍ଷ ଧରି ନ୍ୟାୟାଳୟକୁ ଦୌଡିଦୌଡି ନୟାନ୍ତ ହୋଇଥିବା ଶ୍ରୀ ମଲ୍ଲିକ ସରକାରଙ୍କ ଏଭଳି ନକାରାତ୍ମକ ଆଭିମୁଖ୍ୟ ପ୍ରତି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.