Home ଜିଲ୍ଲା ପରିକ୍ରମା ଧର୍ମାନ୍ତରଣକାରୀଙ୍କୁ ସରକାରୀ ଅନୁଦାନ ବିରୋଧରେ ରାଜ୍ୟପାଳଙ୍କୁ ଦାବୀପତ୍ର

ଧର୍ମାନ୍ତରଣକାରୀଙ୍କୁ ସରକାରୀ ଅନୁଦାନ ବିରୋଧରେ ରାଜ୍ୟପାଳଙ୍କୁ ଦାବୀପତ୍ର

55

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜକୁ ସ୍ୱଚ୍ଛ ନିର୍ମଳ ଓ ଧର୍ମନିରପେକ୍ଷ ଡିଣ୍ଡିମ ପିିଟୁଥିବା ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟିଆନ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୭୬ ହଜାର ଟଙ୍କା ଅନୁଦାନ ଦେବା ତାଙ୍କର ହିନ୍ଦୁ ବିରୋଧି ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ପ୍ରୋତ୍ସାହନ ଦେବାର ମାନସିକତାକୁ ପଦାରେ ପକାଇ ଦେଇଛି । ରିଲିଫ୍ ପାଣ୍ଠିକୁ ଗରିବ ନିରୀହ ଲୋକମାନେ ଦରଖାସ୍ତ କରି ନିଜର ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ କିଛି ପାଇପାରନ୍ତି ନାହିଁ । ଏହି ପାଣ୍ଠି କେବଳ ଜାତୀୟ ଦୈବୀଦୁର୍ବିପାକ ସମୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଏଠାରେ ବିନା ଦରଖାସ୍ତରେ ଅନାବଶ୍ୟକ ଭାବେ ଖ୍ରୀଷ୍ଟିୟ ସଂସ୍ଥାକୁ ଅନୁଦାନ ଦେବା ଆଦୌ ଗ୍ରହଣୀୟ ନୁହେଁ । ଏହା ଏକ ନିର୍ବାଚନୀ ଚାଲ ଓ ଭୋଟ ହାତେଇବା ରାଜନୀତି ପରି ମନେ ହୁଏ । ଏଥିପାଇଁ ଆଜି ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ପ୍ରେରିତ କରାଯାଇଛି ।ଏଥିରେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ରଞ୍ଜନ ମହାନ୍ତି ଯୋଗ ଦେଇ କହିଥିଲେ କି ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ତ ଧର୍ମ ସଂପ୍ରଦାୟ ସମାନ ହେବା ଦରକାର ହିନ୍ଦୁ ସଂଗଠନମାନଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନଙ୍କୁ ଚାଉଳ (ରାସନ) ବନ୍ଦ କରୁଥିବା ମୁଖ୍ୟମନ୍ତ୍ରୀଙ୍କର ଖ୍ରୀଷ୍ଟିଆନ ସଂସ୍ଥା ପ୍ରତି ଅନୁଗ୍ରହ କାହିଁକି! ଉଦାହରଣ ସ୍ୱରୂପ କନ୍ଧମାଳ ଜିଲ୍ଲା ଜଳେଶପଟ୍ଟା କନ୍ୟାଶ୍ରମର ରାସନ୍ ବନ୍ଦ କରିବା ।

ବନବାସୀ, ହିନ୍ଦୁମାନଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଦରଦ ନାହିଁ । କିନ୍ତୁ ଖ୍ରୀଷ୍ଟିଆନ୍ ସଂସ୍ଥାକୁ ଦରଦ ଦେଖାଇବା ସଂଗେ ସଂଗେ ଜିଲ୍ଲାପାଳମାନଙ୍କ ପାଖକୁ ପଠାଯାଇଥିବା ଚିଠିକୁ କଦର୍ଥ କରି ମିଶନାରୀ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ସମାଜ ବିରୋଧି କାର୍ଯ୍ୟପରି ମନେ ହୁଏ । କଣ ଏଇ ରୁଗ୍‌ଣ ମାନସିକତାକ କାରଣରୁ ମାନ୍ୟବର ଜଜ୍ ଏ.ଏସ୍‌. ନାଇଡୁ ଓ ମାନ୍ୟବର ଜଜ୍ ପାଣିଗ୍ରାହୀଙ୍କର କମିଶନ୍ ରିପୋର୍ଟକୁ ଚାପି ରଖାଯାଇଛିକି? କରୋନା ସମୟରେ ସାଧୁସନ୍ଥ ମଠ ମନ୍ଦିର ମାନ ବହୁ ଆର୍ôଥକ ଅନାଟନର ସମ୍ମୁଖୀନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଗଲା ନାହିଁ । କିନ୍ତୁ ବିନା ଦରଖାସ୍ତରେ ମିଶନାରୀ ଅଫ୍ ଚାରିଟି ନାମକ ଖ୍ରୀଷ୍ଟିୟ ସଂସ୍ଥାକୁ ଅର୍ଥ ପ୍ରଦାନ ରୂପୀ ପ୍ରୋତ୍ସାହନ ଏକ ରାଜନୈତିକ ଷଡଯନ୍ତ୍ର ପରି ମନେ ହେଉଛି । ଆଜିର କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ତଥା ବିଭାଗ ସଂଯୋଜକ ବିଜୟ ସିହ୍ନା, ଉପସଭାପତି ନିରଞ୍ଜନ ସାହୁ, ନଗର ସଭାପତି ପୁନିଲ କୁମାର ସାମନ୍ତ, ସମ୍ପାଦକ ଜ୍ୟୋତି ପରିଡା, କାର୍ଯ୍ୟକାରୀ ସଭାପତି ଶଙ୍କର୍ଷଣ ଦାସ, ଉପସଭାପତି ମହେଶ୍ୱର ବେହେରା, ସୁଶାନ୍ତ ଜେନା, ସହ ସମ୍ପାଦକ ସନ୍ତୋଷ ବେହେରା ସମେତ ନଗରର ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.