Home କନ୍ଧମାଳ ବାରଖମାରେ ସିଆରପିଏଫ ତରଫରୁ ସ୍ୱାସ୍ଥ୍ୟ ଶିବିର ଓ ବିହନ ବଣ୍ଟନ

ବାରଖମାରେ ସିଆରପିଏଫ ତରଫରୁ ସ୍ୱାସ୍ଥ୍ୟ ଶିବିର ଓ ବିହନ ବଣ୍ଟନ

137

ବାଲିଗୁଡା, – ୨୫-୧୨ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ସିଆରପିଏଫର ଜି/୧୨୭ ବାଟାଲିୟନ ତରଫରୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଂଚାୟତର ଜୁନାଗାଁର ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ସହ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଣ୍ଡ ଜି.କୁମାର, ଶ୍ରୀ ସୁକଭୀର ସିଙ୍ଗ, ୨ଏଣ୍ଡ କମାଣ୍ଡେଣ୍ଡ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଡ ସୋମଜିତ ଭଗତ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ।ଏହି ଶିବିରରେ ବାରଖମ।। ପଂଚାୟତର ଅଧିକାଂଶ ଗ୍ରାମରୁ ଲୋକେ ଆସି ଚିକିତ୍ସିତ ହୋଇଥିବା ସହ ମାଗଣାରେ ଔଷଧ ଧରିଯାଇଥିଲେ ଏବଂ ଚାଷିମାନେ ଆସି ଉନ୍ନତ ଧରଣର ବିହନ ନେଇଥିଲେ  ା ଆସିଷ୍ଟାଣ୍ଡ କମାଣ୍ଡେଣ୍ଡ ସୋମଜିତ ଭଗତ କହିଛନ୍ତି ଏମିତି ସ୍ୱ୍ୟାସ୍ଥ ସେବା ଶିବିର କରିବା ଦ୍ୱାରା କନ୍ଧମାଲ ଜିଲ୍ଲାର ଦୁର୍ଗମ ଅଂଚଳର ବହୁ ଲୋକ ଚିକିତ୍ସିତ ହେବା ସହ ମାଗଣାରେ ଔଷଧ ପାଇ ସେମାନଙ୍କର ରୋଗ ଭଲ ହୋଇଥାଏ ଓ ଆଗାମି ଦିନରେ ଆହୁରି ଅନେକ ଗ୍ରାମରେ ଏପରି ଶିବିର କରିବୁ ବୋଲି କହିଛନ୍ତି। ଏହି ବାଟାଲିୟନର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ସ୍ୱ୍ୟାସ୍ଥ ଶିବିରକୁ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.