Home ଓଡ଼ିଶା  ବାବା ଲୋକନାଥ ଦେବଙ୍କ ୩ୟ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ

 ବାବା ଲୋକନାଥ ଦେବଙ୍କ ୩ୟ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ

32

ନୟାଗଡ/୧୮/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ ରାଜୁଡା ଅମଳର ଅଡାଲ ବାବା ଲୋକନାଥ ଦେବଙ୍କ ଲିଙ୍ଗ ପାତାଳ ଗାମୀ ହେବା ପରେ ଗ୍ରାମବାସୀଙ୍କ ଉଦ୍ୟମରେ ନୂତନ ଲିଙ୍ଗ ପ୍ରତିଷ୍ଠା କରାଯାଇଥିଲା । ଚଳିତ ବର୍ଷ ଲିଙ୍ଗ ପ୍ରତିଷ୍ଠାର ୩ୟ ବାର୍ଷିକ ଉତ୍ସବ ପାଳନ କରାଯାଇଅଛି । କୋଭିଡ୍ କଟକଣା କୁ ଦୃଷ୍ଟିରେ ରଖି ଗ୍ରାମବାସୀ ମାନେ ସାମାଜିକ ଦୂରତ୍ୱ କୁ ବଜାଇ ରଖି ପ୍ରତିଷ୍ଠା ଉତ୍ସବ ପାଳନ କରିଥିବା ଜଣାପଡିଛି ।

ଏହି ବାବା ଲୋକନାଥ ଦେବ କେନ୍ଦୁ ବଣିଆଁ, ରାଧାମୋହନପୁର , ଗୋପୀମୋହନପୁର ଓ ଅଡାଲ ଗ୍ରାମବାସୀ ମାନଙ୍କର ଆରାଧ୍ୟ  ଠାକୁର ଅଟନ୍ତି । ତେଣୁ ଚାରି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ୩ୟ ବାର୍ଷିକ  ଉତ୍ସବ ପାଳିତ ହୋଇଯାଇଅଛି । ଏଥିପାଇଁ ଏକ ପଞ୍ଚ କୁଣ୍ଡୀୟ  ଯଜ୍ଞର ଆୟୋଜନ କରାଯାଇଥିଲା । ପାଞ୍ଚ ଜଣ ନୈଷ୍ଠିକ ବ୍ରାହ୍ମଣ ସୂର୍ଯ୍ୟ ପୂଜା ପରେ ପଞ୍ଚ କୁଣ୍ଡୀୟ ଯଜ୍ଞରେ ଆହୁତି ପ୍ରଦାନ କରି ୩ୟ ଦିବସରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିବା ଜଣାପଡିଛି । ଚାରି ଗ୍ରାମ ସାରା ଲୋକମାନେ ସାତ୍ୱିକ ଭୋଜନ କରି ନିଷ୍ଠାର ସହ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.