Home କନ୍ଧମାଳ ଓୟୁଜେ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ

ଓୟୁଜେ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ

18

କନ୍ଧମାଳ, ୧୮/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଓୟୁଜେ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଫୁଲବାଣୀ ସ୍ଥିତ ନେଚର୍ ରିଟ୍ରୀଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଓୟୁଜେ ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତି ଅନ୍ୟତମ ଅତିଥି ଭାବେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଉପସଭାପତି କ୍ରିସାନ ରାଉତ, ଆଚାର‌୍ୟ୍ୟ ବିଶ୍ବରଞ୍ଜନ, ପ୍ରମୋଦ ସାମନ୍ତରାୟ, ଅମୁଲ୍ୟ ସ୍ବାଇଁ ଯୋଗଦେଇଥିବା ବେଳେ କନ୍ଧମାଳ ଶାଖାର ସାଧାରଣ ସମ୍ପାଦକ ବ୍ରଜମୋହନ ନାୟକ ଅତିଥି ମାନଙ୍କୁ ସ୍ୱାଗତ କରିଥିବାବେଳେ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓୟୁଜେ ରାଜ୍ୟ ତଥା ଜିଲ୍ଲାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଦିର୍ଘ ୫୦ ବର୍ଷ ହେଲା କାର୍ଯ୍ୟ କରୁଛି। ଏହି ଅବସରରେ ଆଜି ଅୟୋଜିତ ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କରାର‌୍ୟ୍ୟକ୍ରମ ରେ କନ୍ଧମାଳର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖାଯିବା ପାଇଁ ସଦସ୍ୟ ମାନେ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.