Home ଜିଲ୍ଲା ପରିକ୍ରମା ବାବା ମଣିଙ୍କ ପୀଠରେ ବୁଧବାର ସକାଳ ୭ରୁ ଶୁକ୍ରବାର ସକାଳ ୭ ପର୍ଯ୍ୟନ୍ତ ୧୪୪ ଧାରା...

ବାବା ମଣିଙ୍କ ପୀଠରେ ବୁଧବାର ସକାଳ ୭ରୁ ଶୁକ୍ରବାର ସକାଳ ୭ ପର୍ଯ୍ୟନ୍ତ ୧୪୪ ଧାରା ଜାରି, ଜାଗରରେ ହୋଇ ପାରିବନି ସାଧାରଣ ଦର୍ଶନ ଓ ପୂଜା, ସେବାୟତ କରିବେ ନୀତିକାନ୍ତି ଓ ଉଠାଇବେ ମହାଦୀପ

71

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋବିଡ଼୧୯ର ପ୍ରତ୍ୟାବର୍ତ୍ତନ ସମ୍ଭାବନା ବା କରୋନା ଦ୍ୱିତୀୟ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନୂଆ କୋବିଡ଼ ଗାଇଡ ଲାଇନ ଅନୁଯାୟୀ ଜିଲ୍ଲାପାଳ ଡ. ଜ୍ଞାନ ଦାସ ମହା ଶିବରାତ୍ରୀ ନିମନ୍ତେ ଯାତ୍ରୀ ସମାଗମ ଉପରେ ପ୍ରତିବନ୍ଧକ ଜାରି କରିଥିବା ବେଳେ ଉପଜିଲ୍ଲାପାଳ ତଥା ଆଖଣ୍ଡଳମଣି ମନ୍ଦିରରର ମୁଖ୍ୟ ଟ୍ରଷ୍ଟି ପୀତାମ୍ବର ସାମଲ ଏହି ପୀଠ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ପାଇଁ ନୂତନ କଟକଣା ଜାରି କରିଛନ୍ତି । ବାବା ମଣିଙ୍କ ପୀଠ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ବୁଧବାର ୧୦ ତାରିଖ ସକାଳ ୭ଟାଠାରୁ ଶୁକ୍ରବାର ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ୧୪୪ ଧାରା କଟକଣା ଜାରି କରିଛନ୍ତି । ଏହି ସମୟସୀମା ମଧ୍ୟରେ ମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ, ପୂଜା, ଦର୍ଶନ ବନ୍ଦ ରହିବ । ଏପରିକି ସେବାୟତଙ୍କ ପରିବାର ମଧ୍ୟ ମନ୍ଦିରକୁ ପ୍ରବେଶ କରି ପାରିବେ ନାହିଁ । କେବଳ ସେବାୟତମାନେ ବାବା ମଣିଙ୍କ ନୀତିକାନ୍ତି ସମ୍ପନ୍ନ କରିବେ । ସେହିପରି ଜାଗର ଅବସରରେ ସେବାୟତମାନେ ମିଳିତ ଶୋଭାଯାତ୍ରା କରିବା ସହ ମହାଦୀପ ମନ୍ଦିର ଉପରକୁ ଉଠାଇବେ । ତେବେ ଏହି ସମୟରେ କୋବିଡ଼ କଟକଣାର ସମସ୍ତ ନିୟମକୁ ପାଳନ କରାଯିବ । କୋବିଡ଼ କଟକଣା ଆଇନର ଯେପରି ଉଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ପୁଲିସ, ତହସିଲଦାର ଓ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.