Home ଓଡ଼ିଶା ବାବା ନୁହେଁ ବୈଦ: ଔଷଧ ପାଇଁ ଧାଡ଼ି ଲଗାଉଛନ୍ତି ଲୋକ

ବାବା ନୁହେଁ ବୈଦ: ଔଷଧ ପାଇଁ ଧାଡ଼ି ଲଗାଉଛନ୍ତି ଲୋକ

747

ଭୁବନେଶ୍ୱର: ବାବା ନୁହେଁ ସେ ବୈଦ। ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଯିବା ରାସ୍ତାରେ ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ପ୍ରାୟ ୧୦ କିଲୋମିଟର ଭିତରେ ନୂଆ ଜଗନ୍ନାଥ ଶଡ଼କରେ ପୁରୀ ଯିବା ରାସ୍ତାରେ ଲେଣ୍ଡୁ ନିକଟରେ ରୁହନ୍ତି ଜଗନ୍ନାଥ ମୁଦୁଲି। ନିରାକାରପୁର ରେଳ ଷ୍ଟେସନ ନିକଟରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ସ୍ଥାନ। ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ଆଖପାଖ ଅଞ୍ଚଳ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକ ଜଗନ୍ନାଥଙ୍କ ପାଖକୁ ଆସନ୍ତି ଔଷଧ ପାଇଁ। ଜଗନ୍ନାଥ ନାଁ ଡାକ୍ତରୀ ପଢ଼ିଛନ୍ତି, ନାଁ ସେ ଡାକ୍ତର। ସେ ମଧ୍ୟ କୌଣସି ବାବା ନୁହଁନ୍ତି। କିନ୍ତୁ, ବିଭିନ୍ନ ଗୁରୁତ୍ୱର ବ୍ୟାଧିରେ ପୀଡ଼ିତ ଅନେକ ରୋଗୀ ଜଗନ୍ନାଥଙ୍କ ପାଖକୁ ଆସନ୍ତି ଔଷଧ ପାଇଁ। ଅତି ମାରାତ୍ମକ ରୋଗୀ ଡାକ୍ତରଙ୍କ ପାଖରୁ ନିରାଶା ହୋଇ ଫେରିବା ପରେ ଭରଷା କରନ୍ତି ଜଗନ୍ନାଥ ମୁଦୁଲିଙ୍କ ଔଷଧ ଉପରେ।

ଜଗନ୍ନାଥ ମୁଦୁଲି ଚେରମୂଳି (ଆୟୁର୍ବେଦିକ୍) ଔଷଧ ଦିଅନ୍ତି। ଏଥିପାଇଁ ସେ କୌଣସି ଫିସ୍ ଦାବୀ କରନ୍ତି ନାହିଁ। ନିକଟରେ ଠାକୁରଙ୍କ ପାଖରେ ଥିବା ଏକ ଘଡ଼ିରେ ଯିଏ ଚାହେଁ, ଯାହା ଦାନ କରେ। ବଡ଼ି ଭୋରରୁ ଲୋକେ ଔଷଧ ପାଇଁ ଧାଡ଼ି ଲଗାଇ ଦିଅନ୍ତି, ଏବଂ ଏହା ପ୍ରାୟ ସନ୍ଧ୍ୟା ଯାଏଁ ଚାଲେ। ପ୍ରତ୍ୟେକ ପାଳିରେ ହଜାର ହଜାର ରୋଗୀ ଔଷଧ ପାଇଁ ଆସିଥାଆନ୍ତି। ଏକ ସଂକୀର୍ଣ୍ଣ କୁଡ଼ିଆ ଭିତରେ ଖଟ ଉପରେ ବସିଥିବା ଜଗନ୍ନାଥଙ୍କ ମୁଦୁଲିଙ୍କ ଚାରି ପାଖରେ ବିଭିନ୍ନ ପାତ୍ରରେ ଚେରମୂଳି, ଔଷଧିୟ ଗଛର ଫଳ, ପତ୍ର, ଫୁଲ, ଛେଲି ଆଦି ରହିଥାଏ। ଏ’ ସବୁକୁ ଜଗନ୍ନାଥ ନିଜ ସହଯୋଗୀଙ୍କ ସହାୟତାରେ ବିଭିନ୍ନ ଜଙ୍ଗଲ, ପାହାଡ଼ ନଦୀ କୂଳ ଆଦିରୁ ସଂଗ୍ରହ କରନ୍ତି। ରୋଗୀଙ୍କୁ ଦେଖି ସେହି ଚେରମୁଳି ମଧ୍ୟରୁ ଯାହା ପାଇଁ ଯାହା ଆବଶ୍ୟକ, ମିଶ୍ରଣ କରି ଏକ ପୁଡ଼ି଼ଆ ପ୍ରସ୍ତୁତ କରି ତାକୁ ଦିଅନ୍ତି। ବାହାରେ ଗଣ୍ଡାଗଣ୍ଡା ଶିଳ ରହିଛି। ସେହି ଔଷଧ (ପଥି)କୁ ଆଣି ନିଜେ ଶିଳରେ ବାଟି ରୋଗୀମାନେ ସେବନ କରନ୍ତି। ପରବର୍ତ୍ତୀ ପାନ ସେବନ ପାଇଁ ଘରକୁ ମଧ୍ୟ ନିଅନ୍ତି। ଜଗନ୍ନାଥ ସେଠାରେ ଚେରମୂଳିରେ ପ୍ରସ୍ତୁତ ଏକ ଉଷୁମ ପାନୀୟ ଦିଅନ୍ତି। ଯାହା ଶରୀରରେ ଏକ ସତେଜତା ଆଣିଦିଏ ବୋଲି କୁହାଯାଏ। /-ଦେବଦତ୍ତ ରଥ

https://twitter.com/odiapuanews/status/1220359686781714437

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.