Home ଜିଲ୍ଲା ପରିକ୍ରମା ବାତ୍ୟା ଭୟ; ସାମଗ୍ରୀ କ୍ରୟ ପାଇଁ ବଜାରରେ ଗହଳି, ଅଟକିଲା ଆମ୍ବୁଲାନ୍ସ

ବାତ୍ୟା ଭୟ; ସାମଗ୍ରୀ କ୍ରୟ ପାଇଁ ବଜାରରେ ଗହଳି, ଅଟକିଲା ଆମ୍ବୁଲାନ୍ସ

68

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇ ଦିନର ସଡଡାଉନ ସହ ବାତ୍ୟା ଭୟରେ ସାମଗ୍ରୀ କ୍ରୟ ପାଇଁ ଆଜି ଭଣ୍ଡାରିପୋଖରୀ, ମଞ୍ଜୁରୀରୋଡ, ବାରିକପୁର ବଜାରରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଛି । ମଞ୍ଜୁରୀରୋଡ ବଜାରରେ ଟ୍ରାଫିକ ସମସ୍ୟା ଉପୁଜି ଆମ୍ବୁଲାନ୍ସକୁ ଅଟକିବାକୁ ପଡିଥିଲା । ଏକ ୧୦୨ ଆମ୍ବୁଲାନ୍ସ ବଜାର ଛକରୁ ଡାକ୍ତରଖାନା ଛକୁ ଯିବାକୁ ପ୍ରାୟ ଅଧଘଣ୍ଟା ସମୟ ଲାଗିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଏକାଧିକ ଲୋକ ପୋଷ୍ଟ କରିଥିବା ଜଣାଯାଇଛି । ଏପରିକି ସ୍ଥାନୀୟ ପୁଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିଲା ବୋଲି ଭିଡିଓରୁ ସ୍ପଷ୍ଟ ହୋଇଛି । ଅସଂଖ୍ୟ ବାଇକ ବଜାର ରାସ୍ତାରେ ପାର୍କିଂ କରି ଅବରୋଧ କରିବା ସାଙ୍ଗକୁ ସାମାଜିକ ଦୂରତାକୁ ଭୁଲିଥିଲେ । ବହୁଲୋକ ମାସ୍କ ମଧ୍ୟ ବ୍ୟବହାର କରିନଥିବା ଜଣାଯାଇଛି । ଏହାର ଫାଇଦା ନେଇ ପରିବା ବ୍ୟବସାୟୀମାନେ ପନିପରିବା ଦରକୁ ଦେଢଗୁଣା ଦରରେ ବିକ୍ରୟ କରୁଥିବା ବେଳେ ଲୋକେ ଅଯଥାରେ ଛାନିଆ ହୋଇ କିଣିପକାଉଥିବା ଦେଖିବାକୁ ମିଳିଥିଲା । ବାତ୍ୟା ପାଇଁ କୋଭିଡ କଟକଣାକୁ ଭୁଲିବା ସମୀଚୀନ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେବା ସହ ପୁଲିସ ଏଥିପାଇଁ ଜନ ସହଯୋଗ ଲୋଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.