Home Top News ବାତ୍ୟା ଜୱାଦ ପ୍ରଭାବ ରେ ଅଦିନିଆ ବର୍ଷା ଯୋଗୁ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି

ବାତ୍ୟା ଜୱାଦ ପ୍ରଭାବ ରେ ଅଦିନିଆ ବର୍ଷା ଯୋଗୁ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି

46

ପୁରୀ ୮ -୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାତ୍ୟା ଜୱାଦ ପ୍ରଭାବ ରେ ଅଦିନିଆ ବର୍ଷା ଯୋଗୁ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। କିନ୍ତୁ ଚାଷୀକୂଳକୁ ଦେଇଯାଇଛି ଦାରୁଣ ଦୁଃଖ। ସମଗ୍ର ଜିଲ୍ଲାର ଚାଷୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି। ଜିଲ୍ଲାର ୧, ୩୦୦୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ବାତ୍ୟା ପୂର୍ବରୁ ୩୦, ୦୦୦ହେକ୍ଟର ଚାଷ ଜମିରୁ ଧାନ କାଟି ଚାଷୀ ନେଇଯାଇଥିଲେ। ଜିଲ୍ଲାର କଣାସ, ଅସ୍ତରଙ୍ଗ, କାକଟପୁର, ଗୋପ ଓ ପିପିଲି ବ୍ଲକ ଅଞ୍ଚଳରେ ବ୍ୟାପକ ଚାଷଜମି ନଷ୍ଟ ହୋଇଛି। ବର୍ଷା ଯୋଗୁଁ ୩୫ ରୁ ୪୦ ହଜାର ହେକ୍ଟର ଜମିରେ ଧାନ ଫସଲ ମୋଡି ହୋଇ ଏବେବି ବିଲରେ ପାଣିରେ ପଡିରହିଛି। ଧାର କରଜ କିମ୍ବା ଋଣ କରି ଚାଷ କରିଥିବା ଚାଷୀ ଏବେ ହତାଶ। ଅପେକ୍ଷା କରିଛନ୍ତି ସରକାରୀ ସହାୟତଙ୍କୁ। କ୍ଷେତରେ ପଡିରହିଥିବା ଧାନ ଆଉ କିଛି ଦିନ ଗଲେ ଗଜା ହୋଇଗଲେ ଆଉ ବ୍ୟବହାର ଉପଯୋଗୀ ହେବ ନାହିଁ। ଜିଲ୍ଲା କୃଷି ଅଧିକାରୀ ବିଭିନ୍ନ ବ୍ଲକ ଗସ୍ତ କରି ଧାନ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଗ୍ରାମ୍ୟ କୃଷି ଅଧିକାରୀ, ଆରଆଇ, ଉଦ୍ୟାନ ଓ ପରିସଂଖ୍ୟାନ ବିଭାଗ କର୍ମଚାରୀଙ୍କ ସହ ପ୍ରଥମ ଥର ପାଇଁ ଓୟୁଏଟିର ଉନ୍ନତ କୃଷକ ସାଥୀଙ୍କୁ ନେଇ ଗାଁ ୱାରୀ ଆକଳନ କରାଯାଇ ୭ ଦିନ ଭିତରେ ରିପୋର୍ଟ ଦିଆଯିବ। ରାଜ୍ୟ ରିଲିଫ କୋଡ଼ ଅନୁଯାୟୀ ସାମୟିକ ସହାୟତା ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଓ ଅଣଚଳସେଚିତ ଜମି ପାଇଁ ୬୮୦୦ ଟଙ୍କା କ୍ଷତିପୁରଣ ଦିଆଯିବ। ତା ସହ ଯେଉଁମାନଙ୍କର ଶସ୍ୟ ବୀମା ରହିଛି ସେମାନେ ୭୨ ଘଣ୍ଟା ମଧ୍ୟରେ ନିଜ ବିଲରେ ଠିଆ ହୋଇ ଜିପିଏସ ଫଟୋ ସହ ଆଧାର କାର୍ଡ ଓ ବୀମା କାର୍ଡ ଆଦି ଅପଲୋଡ କଲେ ସେମାନଙ୍କୁ ହେକ୍ଟର ପିଛା ୭୦ ହଜାର ୫ଶହ ଟଙ୍କା ସହାୟତା ମିଳିପାରିବ। ତେବେ ରାଜ୍ୟ ସରକାର ଙ୍କୁ ରିପୋର୍ଟ ପ୍ରଦାନ ପରେ ଗାଇଡ଼ ଲାଇନ ଅନୁଯାୟୀ ଚାଷୀ ଙ୍କୁ କ୍ଷତି ପୁରଣ ଦିଆଯିବ ବୋଲି ପୁରୀ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

https://twitter.com/odiapuanews/status/1468425946080296961

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.