Home ଓଡ଼ିଶା ବାତ୍ୟା ଗୁଲାବ ର ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ବାତ୍ୟା ଗୁଲାବ ର ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

77

ମାଲକାନଗିରି,୨୫ା୯ (ଓଡିଆ ପୁଅ ) ସମ୍ଭାବ୍ୟ ବାତ୍ୟା ଗୁଲାବ କୁ ମୁକାବିଲା କରିବା ପାଇଁ ରାଜ୍ୟ ଏସଆରସି ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇ ଯାଇଛି । ଜିଲ୍ଲାର କାଲିମେଳା,ପଡିଆ,ମାଲକାନଗିରି, କୋରକୁଣ୍ଡା, ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ସାତଟି ଯାକ ବ୍ଲକ ଓ ତହସିଲ ତଳିଆ ଅଚଂଳରେ ଥିବା ନଦୀନାଳ ବନ୍ୟାପ୍ରଭାବିତ ଗ୍ରାମଗୁଡିକରେ ସମସ୍ତ ସରକାରୀ କର୍ମାଚାରୀ ମାନେ ସଜାଗ ରହିବେ,ସମ୍ଭାବ୍ୟ ବତ୍ୟା ଓ ବନ୍ୟାପରିସ୍ଥିତି କୁ ଅନୁଧ୍ୟାନକରିବା ସହିତ ତଳିଆ ଅଚଂଳର ଗ୍ରାମବାସୀ ମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ ଜିଲ୍ଲାପାଳ ବୀଶାଲ ସିଂ ପରାମର୍ଶ ଦେଇଛନ୍ତି ।ଏହି ବାତ୍ୟା ପାଇ ସମସ୍ତ ସରକାରି କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାରେ ସର୍ବାଧିକ ବର୍ଷାଥିବାରୁ ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା ଓ ଅଣ୍ଡ୍ରାହଲ ବଣ୍ଡାଘାଟିରେ ଭୂସ୍ଖଳନର ଆଶଙ୍କା ଥିବାରୁ ସେଠାରେ ଅଗ୍ନିଶମ ବିଭାଗ ଓ ତହସିଲ,ବ୍ଲକ କର୍ମଚାରୀ ମାନଙ୍କୁ ସଜାଗ ରଖା ଯାଇଛି । ପ୍ରବଳ ବର୍ଷାରେ ସାବେରୀ, ସିଲେରୁ,ତମସା, ପାଙ୍ଗାମ, ପୋଟେରୁ,ସପ୍ତାଧାର,କସିଗାଡ,କୋରକୁଣ୍ଡା, ଏମଭି୩୭, ଏମଭି୯୦, ମୋଟୁ,ପଡିଆ,ମାଥିଲି ଅଚଂଳରେ ବନ୍ୟାପରିସ୍ଥିତି ଉପୁଜିବା ଆଗରୁ ସେ ଅଚଂଳରେ ଥିବା ଗ୍ରାମବାସୀ ମାନଙ୍କୁ ବାତ୍ୟାଆଶ୍ରୟ ସ୍ଥଳୀରେ ଆଶ୍ରୟ ନେବାପାଇଁ ପରାମର୍ଶ ଦେବା ସହ ସେମାନଙ୍କ ପାଇଁ ଚୁଡା,ଗୁଡ, ଓ ରନ୍ଧା ଖାଦ୍ୟ ସହ ରିଲିଫ ସାମଗ୍ରୀର ବ୍ୟବସ୍ଥା କରାଯାଇଛି ଓ ମାଲକାନଗିରି ଜିଲ୍ଲାପାଇଁ ଆସନ୍ତା ୨୬ ଓ ୨୭ତାରିଖ ରେ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା ରହିଥିବାରୁ ତାର ମୁକାବିଲା କରିବା ପାଇଁ ୬ଟି ଉଡ୍ରାପ ଟିମଙ୍କୁ ସଜାଗ ରଖା ଯାଇ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ସରିଯାଇଛି ବୋଲି ଆଜି ଜିଲ୍ଲାପାଳ ବିଶାଲ ସିଂ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.