Home କେନ୍ଦୁଝର ବାତ୍ୟା ଅମ୍ଫନରେ ଛୋଟ ବଡ ଗଛ ଭାଙ୍ଗିଲା, ରାତିସାରା ବର୍ଷା, ଜୀବନଯାତ୍ରା ବ୍ୟାହତ

ବାତ୍ୟା ଅମ୍ଫନରେ ଛୋଟ ବଡ ଗଛ ଭାଙ୍ଗିଲା, ରାତିସାରା ବର୍ଷା, ଜୀବନଯାତ୍ରା ବ୍ୟାହତ

282

ହାଟଡିହି-୨୦/୫, ମହାବାତ୍ୟା ଅମ୍ଫନକୁ ନେଇ ଦୁଇଦିନ ହେଲା ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଆଜି ବିଶେଷ କିଛି ଅଘଟଣ ନଘଟାଇ ଅତିକ୍ରମ କରିବାପରେ ଲୋକମାନେ ଆସ୍ୱସ୍ତି ଲାଭ କରିଛନ୍ତି । ଦୁଇଦିନ ହେଲା ସରକାର ଏହି ମହାବାତ୍ୟା ସମ୍ପର୍କରେ ଲୋକମାନଙ୍କୁ ସଚେତନ ଓ ସତର୍କ କରାଉଥିବାରୁ ଲୋକମାନେ ଭୟଭୀତ ହୋଇପଡିଥିଲେ । ୧୯୯୯ମହାବାତ୍ୟା ଠାରୁ ସାମାନ୍ୟ କମ ତଥାପି ବହୁ କ୍ଷୟକ୍ଷତି ଘଟାଇବ ଏହି ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡିଥିଲେ । କିନ୍ତୁ ଏହାର ପ୍ରଭାବ ଏତେଟା ପଡିଲା ଦାହିଁ ହାଟଡିହି ବ୍ଲକରେ । ଛୋଟ ବଡ ଗଛ କେଇଟା ଭାଙ୍ଗି ଚାଲିଗଲା ଅମ୍ଫନ । ଅପରାହ୍ନ ପରେ ଟିକେ ପବନ କମିବାରୁ ଲୋକମାନେ ଆସ୍ୱସ୍ଥି ଅନୁଭବ କଲେ । ଅମ୍ଫନର ପ୍ରଭାବ ଗତକାଲି ରାତିରୁ ଅନୁଭୁତ ହୋଇଥିବାବେଳେ ରାତିସାରା ଛିପିଝିପ ବର୍ଷା ଓ ପବନ ଲାଗି ରହିଥିଲା । ଆଜି ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଜୋରଦାର ବର୍ଷା ଲାଗି ରହିଥିବାବେଳେ ଗୋଟାଏ ପରେ ବର୍ଷା କମିିଯିବା ସହ ପ୍ରବଳ ବେଗରେ ପବନ ବହିଥିଲା । ଫଳରେ ଆଜି ରାସ୍ତାଘାଟ ଶୁନଶାନ ହୋଂଇଯାଇଥିବାବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଏହି ବାତ୍ୟାର ପ୍ରଭାବରେ ମରୈଗାଁ, ବଣିଆହୁଡି, ଷଡଙ୍ଗ ଆଦି ଗ୍ରାମରେ ବଡବଡ ଗଛମାନ ଭାଙ୍ଗି ପଡିଥିବା ଜଣାପଡିଛି । ବଣିଆହୁଡି ନିକଟରେ ଏକ ଉଇକାଲ ପଟାସ ଗଛ ଭାଙ୍ଗି ପଡିଥିବାବେଳେ ମରୈଗାଁ-ଶଙ୍ଖଣା ରାସ୍ତା ଉପରେ ଏକ ପଟାସ ଗଛ ଭାଙ୍ଗି ପଡିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଗଛଟିକୁ କାଟି ରାସ୍ତା ସଫା କରିଥିଲେ । ସେହିପରି ସଡଙ୍ଗ ଗ୍ରାମର ମଧୁସୁଦନ ନାୟକଙ୍କ ଏକ ତେନ୍ତୁଲି ଗଛ ପଡୋଶୀ ଶ୍ୟାମ ସୁନ୍ଦର ବେହେରା ଓ କାର୍ତ୍ତିକେଶ୍ୱର ବେହେରାଙ୍କ ଘର ଉପରେ ଉପୁଡି ପଡିଛି । ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗଛଟିକୁ କାଟି ସଫା କରିବାରେ ଲାଗିଛନ୍ତି । ସେହିପରି ଅନେକ ଲୋକଙ୍କ ବାଡିରେ ଥିବା ସଜନାଗଛ, ଅମୃତଭଣ୍ଡା ଗଛ, କଦଳୀଗଛ, ପୁଟିଆ ଗଛ ସବୁ ଭାଙ୍ଗି ପଡିଥିବାବେଳେ କେଉଁଠି ଘରଦ୍ୱାର ଭାଙ୍ଗିଥିବା ଖବର ମିଳିନାହିଁ । ସମ୍ଭାବ୍ୟ ବାତ୍ୟାକୁ ଆଖିଆଗରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ରତକଣା ଗ୍ରାମ ହରିଜନ ସାହିର ୫୫ଜଣଙ୍କୁ ରତକଣା ସ୍କୁଲକୁ ଅଣାଯାଇଛି । ସେହିପରି ଅରା ପଂଚାୟତର ବେଲବନ୍ଧ, ମୁଣ୍ଡାସାହି ଆଦି ଗ୍ରାମର ୧୧୬ ଜଣଙ୍କୁ ସ୍କୁଲକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ଚୁଡା, ଗୁଡ, ମୁଢ଼ି, ବିସ୍କୁଟ ଆଦି ଦିଆଯାଇ ରଖାଯାଇଛି । ସଢା ପଂଚାୟତରେ ୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।  ପ୍ରବଳ ବେଗରେ ପବନ ବହୁଥିବାରୁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.