Home କେନ୍ଦୁଝର ବାଇକ ଦୁର୍ଘର୍ଟଣାରେ ଆରୋହୀ ଗୁରୁତର

ବାଇକ ଦୁର୍ଘର୍ଟଣାରେ ଆରୋହୀ ଗୁରୁତର

327

ହାଟଡିହି-୨୦/୫, ଛେନାପଦିଛକରୁ ନିଜ ଗ୍ରାମର ଗୋବିନ୍ଦପୁରାକୁ ଫେରୁଥିବାବେଳେ ପ୍ରବଳ ପବନରେ ଭାରସାମ୍ୟ ହରାଇ ଜଣେ ବାଇକ ଆରୋହୀ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ତ୍ରିଲୋଚନ ସା ନାମକ ଜଣେ ଯୁବକ ଛେନାପଦିଛକରୁ ଗୋବିନ୍ଦପୁରାକୁ ବାଇକ ଯୋଗେ ଯାଉଥିବାବେଳେ ପ୍ରବଳ ବେଗରେ ପବନ ହେବାରୁ ତ୍ରିଲୋଚନ ଭାରସାମ୍ୟ ହରାଇ ରାସ୍ତା ତଳକୁ ବାଇକ ସହିତ ଖସିପଡି ଆହତ ହୋଇଥିଲେ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ଆହତ ତ୍ରିଲୋଚନକୁ ଉଦ୍ଧାରକରି ଆନନ୍ଦପୁର ହସପିଟାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.