Home କେନ୍ଦୁଝର ବାଣ ନିଆଁରୁ ଜଳିଗଲା ୩ବଖରା

ବାଣ ନିଆଁରୁ ଜଳିଗଲା ୩ବଖରା

24

ହାଟଡ଼ିହି, ୩ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ଖପରାଖାଇ ଗ୍ରାମରେ ବାଣ ନିଆଁରୁ ତିନି ବଖରା ଘର ଜଳିଯାଇଛି । ଗାଁରେ ର୍ଆଜି ଏକ ବାହାଘର ପ୍ରସେନ ବାହାରିବା ବେଳେ ବାଣୁଆଁର ଅସାବଧାନତାରୁ ବାଣ ନିଆଁର ଝୁଲ ଯାଇ ଜଗନ୍ନାଥ ଜେନାଙ୍କ ଚାଳଘର ଉପରେ ପଡିଥିଲା । କିଛି ସମୟ ପରେ ନିଆଁ କୁହୁଳି ସମ୍ପୁର୍ଣ୍ଣ ଘରକୁ ବ୍ୟାପିଯାଇଥିଲା । ଗାଁ ଲୋକମାନେ ବହୁ କଷ୍ଟକରି ନିଆଁକୁ ଆୟତ କରିଥିବାବେଳେ ହାଟଡିହି ଦମକଳ ପହଞ୍ଚି ନିଆଁକୁ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ଜଗନ୍ନାଥଙ୍କ ଘରେ ଥିବା ଧାନ, ଚାଉଳ, ଖଟ, ପଲଙ୍କ, ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା କୁହାଯାଉଛି । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.