Home କେନ୍ଦୁଝର ଅଗ୍ନି ବିପନ୍ନଙ୍କୁ ମିଳୁନି ଆବାସ ଯୋଜନା ଘର

ଅଗ୍ନି ବିପନ୍ନଙ୍କୁ ମିଳୁନି ଆବାସ ଯୋଜନା ଘର

43

ହାଟଡ଼ିହି, ୩ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଝଣଝଣା ଗ୍ରାମର ଜଣେ ଅଗ୍ନି ବିପନ୍ନ ହିତାଧିକାରୀ ଘର ଖଣ୍ଡିଏ ପାଇଁ ୪ବର୍ଷ ହେଲା ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେବି ତାଙ୍କୁ କେବଳ ପ୍ରତିଶୃତି ପରେ ପ୍ରତିଶୃତି ଦିଆଚାଲିଛି । ଅଗ୍ନି ବିପନ୍ନ ମାନଙ୍କୁ ତୁରନ୍ତ ବାସଗୃହ ଯୋଜନା ଯୋଗାଇ ଦେବାକୁ ନିୟମ ଥିବାବେଳେ ଜଣେ ଅଗ୍ନି ବିପନ୍ନ ପରିବାର ୪ବର୍ଷ ହେଲା ବ୍ଲକକୁ ଧାଇଁ ଧାଇଁ ଘରଟିଏ ପାଇ ପାରୁ ନାହାନ୍ତି । ଘର ଖଣ୍ଡିଏ କେବେ ମିଳିବ ଓ କିପରି ପରିବାର ଲୋକେ ସେହି ଘରେ ବସବାସ କରିବେ ସେନେଇ ସ୍ୱପ୍ନ ଦେଖିଚାଲିଛନ୍ତି ଗ୍ରାମର ମୁରଲୀ ବେହେରା । କିନ୍ତୁ ସ୍ୱପ୍ନ ପୁରଣ ହୋଇପାରୁନି । ମାସରେ ଦୁଇଥର ଆସି ବ୍ଲକ କାର୍ଯ୍ୟରେ ଗୁହାରୀ କରି କରି ଫେରୁଛନ୍ତି । ଖବରରୁ ଜଣାଯାଇଛି ଯେ ଢ଼େଙ୍କା ପଞ୍ଚାୟତ ଝଣଝଣା ଗ୍ରାମର ମୁରଲୀଧର ବେହେରାଙ୍କ ଘରଟି ୨୨/୫/୨୦୧୮ରେ ଅଗ୍ନିକାଣ୍ଡରେ ସମ୍ପୁର୍ଣ୍ଣ ଜଳିଯାଇଥିଲା । ସେହିଦିନ ଠାରୁ ଘର ଖଣ୍ଡିଏ ପାଇବାପାଇଁ ଆବଶ୍ୟକ କାଗଜପତ୍ର ଧରି ସେ ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିବାବେଳେ ଇତି ମଧ୍ୟରେ ୩ଜଣ ବିଡିଓଙ୍କ ବଦଳି ହୋଇଗଲାଣି । ସମସ୍ତେ ପ୍ରତିାୃତି ପରେ ପ୍ରତିଶୃତି ଦେଇ ଚାଲିଛନ୍ତି । କିନ୍ତୁ ଅ।।ଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇପାରି ନାହାନ୍ତି । ସେ ଯେତେବେଳେ ବ୍ଲକକୁ ଆସୁଛନ୍ତି ବ୍ଲକର ଜଣେ କର୍ମଚାରୀ ତାଙ୍କୁ ଏଇ ଲିଷ୍ଟରେ ତୁମ ନାଁ ଯାଇଛି । ଅଳ୍ପ ଦିନ ଭିତରେ ଅନୁମୋଦନ ହୋଇ ଆସିଲେ ପାଇଯିବ ବୋଲି କହି ବୁଝାଇ ସୁଝାଇ ପଠାଇ ଦେଉଥିବା ମୁରଲୀ ଅଭିଯୋଗ କରିଛନ୍ତି । ଆଜି ସକାଳୁ ସକାଳୁ ନିଜ ପତ୍ନୀଙ୍କ ସହ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ଥବବାବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କର ଦୁଖଃ ଜଣାଇଥିଲେ । କିନ୍ତୁ ସେହି ସମୟରେ ହିଉଟିରେ ଥିବା ଜଣେ ପୁଲିସ କର୍ମଚାରୀ ତାଙ୍କୁ କାହିଁକି ସାମ୍ବାଦିକଙ୍କୁ ଜଣାଇଲ ବୋଲି କହି ଧମକ ଚମକ ମଧ୍ୟ ଦେଇଥିଲେ । ଯାହାବି ହେଉ କିଛି ସମୟ ପରେ ସେ ବିଡିଓଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିବା ସହ ନିଜର ଦୁଖଃ ଜଣାଇଛନ୍ତି । ବିଡିଓ ଜୟଦେବ ଦାସ ତାଙ୍କ ଅଭିଯୋଗପତ୍ର ଗ୍ରହଣ କରିବା ସହ ବାସଗୃହ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ବ୍ଲକରେ ଅଯୋଗ୍ୟ ମାନେ ଦୁଇ ତିନୋଟି ଘର ହାତେଇ ନେଉଥିବାବେଳେ ଜଣେ ଅଗ୍ନି ବିପନ୍ନଙ୍କୁ କାହିଁକି ଏପରି ଉପହାସ କରାଯାଉଛି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.