Home ଓଡ଼ିଶା ‘ବାଣୀଚିତ୍ର’ ସମ୍ପାଦକଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି

‘ବାଣୀଚିତ୍ର’ ସମ୍ପାଦକଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି

46

ଭୁବନେଶ୍ୱର, ୧୬ା୧ (ଓଡ଼ିଆ ପୁଅ) : ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ତଥା ‘ବାଣୀଚିତ୍ର’ର ପ୍ରତିଷ୍ଠାତା ସମ୍ପାଦକ ପରୀକ୍ଷିତ ଜେନାଙ୍କ ଆକସ୍ମିକ ବିୟୋଗରେ ‘ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍‌’ ଏବଂ ‘ସଂସ୍କୃତି ଓ ସଂସ୍କୃତି’ ଏକ ଶୋକ ସଭା ବୁଦ୍ଧ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବକ୍ତାମାନେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା କ୍ଷେତ୍ରରେ ପରୀକ୍ଷିତ ବାବୁଙ୍କର ନିରବଚ୍ଛିନ୍ନ ଅବଦାନ ସମ୍ପର୍କରେ ଆଲୋଚନା କରି ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‘ବାଣୀଚିତ୍ର’କୁ ଏକ ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକା ରୂପେ ପ୍ରତିଷ୍ଠିତ କରିବା ଦିଗରେ ସେ ଯେଉଁ ଅବଦାନ ଦେଇଯାଇଛନ୍ତି, ତାହା ସ୍ମରଣୀୟ ହୋଇ ରହିବ ବୋଲି ସେମାନେ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ହାଲି, ଲୁଟୁ ମହାନ୍ତି, ଶ୍ରୀଧର ମାର୍ଥା, ଅତିଶ ରାଉତ, ଡଃ ରଜନୀ ରଞ୍ଜନ, ଲୋକନାଥ ଦାସ, ରବୀନ୍ଦ୍ର ବିଶ୍ୱାଳ, ସମୀର ରାଉତ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.