Home ଜିଲ୍ଲା ପରିକ୍ରମା ବାଣିଜ୍ୟ ବିଭାଗରେ ପାଠପଢା ନହେବାରୁ କପିକରିବା ପାଇଁ ଜିଦ ଧରିଲେ ପରୀକ୍ଷାର୍ଥୀ,ସୁଯୋଗ ନ ଦେବାରୁ ପରୀକ୍ଷାବର୍ଜନ...

ବାଣିଜ୍ୟ ବିଭାଗରେ ପାଠପଢା ନହେବାରୁ କପିକରିବା ପାଇଁ ଜିଦ ଧରିଲେ ପରୀକ୍ଷାର୍ଥୀ,ସୁଯୋଗ ନ ଦେବାରୁ ପରୀକ୍ଷାବର୍ଜନ କଲେ ୮ଜଣ ପରୀକ୍ଷାର୍ଥୀ ।

504

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ଚଳିତବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଓ ମାଲକାନଗିରି ଜିଲ୍ଲା ପଡିଆ ଏସଏସଡି ହାଇସ୍କୁଲ ରେ ୧୦୮ ପରୀକ୍ଷାର୍ଥୀଙ୍କ ଗଣିତ ଖାତା ଗାଏବ ହୋଇ ନାନା ପ୍ରକାର ବାଦବିବାଦ ମଧ୍ୟରେ ପରୀକ୍ଷା ଶେଷ ହୋଇଥିବା ବେଳେ ପୁଣି ଏକ ବିବାଦ ଦେଖା ଦେଇଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି କଲେଜରେ ବାଣିଜ୍ୟ ବିଭାଗର ଯୁକ୍ତ ତିନି ଶ୍ରେଣୀରେ ଠିକ ଭାବେ ପାଠ ପଢା ନହେବା ରୁ କପିକରିବା ପାଇଁ ଦାବିକରି ବାଣିଜ୍ୟବିଭାଗର ପରୀକ୍ଷାର୍ଥୀ ପରୀକ୍ଷା ବର୍ଜନ କରିଛନ୍ତି । ଆଜି ଆପରାହ୍ନ ୨ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ୮ଜଣ ପାସ ପିଲାଙ୍କର ମେନେଜ ମେଟଂ ବିଷୟରେ ପରୀକ୍ଷାଥିଲା । ସେମାନେ କଲେଜକୁ ଆସି ପରୀକ୍ଷାହଲରେ ବସି ଦେଢଘଟାଂ ଧରି ପରୀକ୍ଷାଦେବା ପରେ ଆଉ ଖାତରେ କିଛି ଲେଖି ନଥିଲେ । କଲେଜରେ ବାଣିଜ୍ୟ ବିଭାଗରେ ୩ଜଣ ଅଧ୍ୟାପକ ଥାଇ ଆମକୁ କିଛି ପାଠପଢାଇ ନଥିବାରୁ ଆମେ ପ୍ରଶ୍ନର ଉତ୍ତର ଲେକୁପାରୁନାହୁଁ ତେଣୁ ଆମକୁ କପିକରିବା ପାଇଁ ସୁଯୋଗ ଦିଆ ଯାଉ ବୋଲି କହିଥିଲେ । ଏହାକୁ  ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଅନ୍ୟାନ ଅଧ୍ୟାପକମାନେ ପ୍ରତିବାଦ କରିବାରୁ ବାଣିଜ୍ୟବିଭାଗର ପରୀକ୍ଷାର୍ଥୀ ମାନେ ପରିକ୍ଷା ନଦେଇ ହଲ ରୁ ବାହରକୁ ପଳାଇ ଥିଲେ । ଏ ସଂପର୍କରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକକୁମାର ସଡଙ୍ଗୀ ଙ୍କୁ ପଚରା ଯିବାରୁ ସେ କହିଛନ୍ତି ,ବାଣିଜ୍ୟ ବିଭାଗରେ ତନିଜଣ ଅଧ୍ୟାପକ ଅଛନ୍ତି, ବାଣିଜ୍ୟବିଭାଗର ଅନର୍ସ ର ଛାତ୍ର ଛାତ୍ରୀ ମାନେ ନିୟମିତ ଭାବେ କଲେଜକୁ ଆସି କ୍ଲାସ କରୁଥିବାବେଳେ ପାସ ପିଲାମେନା କଲେଜକୁ ନିୟମିତ ଆସନ୍ତି ନାହିଁକି ସେମାନେ ଠିକ ଭାବେ ପାଠପଡନ୍ତି ନାହିଁ, ଆଜି ସମାନେ ପରୀକ୍ଷା ହଲରେ ଦେଢ ଘଟାଂ ଧରି ପରୀକ୍ଷା ଦେଇଥିଲେ । ତାପରେ କପିକରିବା ପାଇଁ ଚେଷ୍ଟାକରିବାରୁ ସେମାନଙ୍କୁ ବାଧାଦିଆ ଯାଇଥିଲା ,ଆମକୁ କପି କରିବାପାଇଁ ସୁଯୋଗ ଦିଆ ନଗଲେ ପରୀକ୍ଷା ବର୍ଜନକରିବୁ ବୋଲି କହି ପରୀକ୍ଷାଦେଉଥିବା ୮ଜଣ ପରୀକ୍ଷାର୍ଥୀ ପଳାଇଥିଲେ । ଏ ସଂପର୍କରେ କଲେଜପକ୍ଷରୁ ଉଚ୍ଚକର୍ତୁପକ୍ଷ ଓ ପୁଲିସଙ୍କୁ  ଜଣାଇ ଦିଆ ଯାଇଛି, ମାଲକାନଗିରି ଥାନାପୁଲିସ ଆସି ଘଟଣାର ତଦନ୍ତ କରିଛନ୍ତି ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସଡଙ୍ଗୀ  କହିଛନ୍ତି । କପି ପାଇଁ ପରୀକ୍ଷା ବର୍ଜନ ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟପାଲଟିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.