Home ଓଡ଼ିଶା ବାଣିଜ୍ୟ ପରୀକ୍ଷାରେ ରାଜ୍ୟରେ ନୟାଗଡ଼ର ସିତୁ ଟପ୍ପର, ମନସ୍ୱୀତା ଦ୍ୱିତୀୟ, ଜିଲାରେ ସର୍ବାଧିକ ପାଶ୍‌ହାର ୮୮.୭୦%

ବାଣିଜ୍ୟ ପରୀକ୍ଷାରେ ରାଜ୍ୟରେ ନୟାଗଡ଼ର ସିତୁ ଟପ୍ପର, ମନସ୍ୱୀତା ଦ୍ୱିତୀୟ, ଜିଲାରେ ସର୍ବାଧିକ ପାଶ୍‌ହାର ୮୮.୭୦%

398

ନୟାଗଡ଼, ୧୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ରାଜ୍ୟରେ ନୟାଗଡ଼ ଜିଲାର ଟପ୍ପର ସହ ଦ୍ୱିତୀୟ ସ୍ଥାନ ବି ଅଧିକାରୀ କରିଛନ୍ତି। ନୟାଗଡ଼ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ସିତୁ ବେହେରା ୫୬୭ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବାବେଳେ ସେହି କଲେଜର ମନସ୍ୱୀତା ମହାନ୍ତି ୫୬୨ ନମ୍ବର ରଖି ରାଜ୍ୟରେ ମଧ୍ୟ ଦ୍ୱିତୀୟ ସ୍ଥାନ ରଖ‌ିଛନ୍ତି। ସେହିପରି ଭାବେ ନୟାଗଡ଼ କଲେଜର ବର୍ଷାରାଣୀ ସାଥୁଆ ୫୪୪ ନମ୍ବର ରଖି ରାଜ୍ୟରେ ୧୫ତମ ସ୍ଥାନ ଅଧିକାର କରିଛନ୍ତି। ଅନାମ ବେହେରାଙ୍କତ ପୁତ୍ର ସିତୁ ବେହେରାଙ୍କ ଘର ନୂଆଗାଁ ଥାନା ସଂପଡ଼ାର କସିକିଆରୀ ହୋଇଥିବାବେଳେ ମନସ୍ୱୀତା ମହାନ୍ତିଙ୍କ ଘର ଦଶପଲ୍ଳା କୁଞ୍ଜବନଗଡ଼ର ମହାନ୍ତିସାହି ବୋଲି ଜଣାପଡ଼ିଛି। ସାରା ରାଜ୍ୟରେ ନୟାଗଡ଼ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଏହି ସଫଳତାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ନୟାଗଡ଼ କନିଷ୍ଠ କଲେଜର ବାଣିଜ୍ୟରେ ୧୦୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ୭୧ଜଣ, ଦ୍ୱିତୀୟ ସ୍ଥାନରେ ୧୬ଜଣ, ତୃତୀୟ ସ୍ଥାନରେ ୧୫ଜଣ ଓ ୪ଜଣ ଫେଲ ହୋଇଛନ୍ତି। ନୟାଗଡ଼ କଲେଜ ରାଜ୍ୟରେ ପ୍ରଥମ ସ୍ଥାନ ଅଧୁକାର କରିଥିବାରୁ କଲେଜର ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଭୂୟଂସି ପ୍ରଶଂସା କରିଥିବାବେଳେ ଜିଲାପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଥାଉକି ରାଜ୍ୟରେ ନୟାଗଡ଼ ଜିଲା ବିଜ୍ଞାନରେ ମଧ୍ୟ ପାଶ୍‌ହାର ସର୍ବାଧିକ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.