Home ଓଡ଼ିଶା ବାଟ ନପାଇ ପୋଲ ତଳକୁ ଖସିପଡି ବରଯାତ୍ରୀଙ୍କର ମୃତ୍ୟୁ

ବାଟ ନପାଇ ପୋଲ ତଳକୁ ଖସିପଡି ବରଯାତ୍ରୀଙ୍କର ମୃତ୍ୟୁ

110

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରଯାତ୍ରୀ ହୋଇଯାଇଥିଲେ କିନ୍ତୁ ଫେରିବା ବେଳକୁ ବାଟ ଭୁଲିଗଲେ। ଚାଲି ଚାଲି ଫେରୁଥିବାବେଳେ ଭୁଲ୍ ବଶତଃ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ସୁରକ୍ଷା ବାଡ ନଥିବା ଏକ ପୋଲ ତଳକୁ ଖସିପଡିଲେ। ସକାଳୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ବେତରା ପଞ୍ଚାୟତରେ। ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ଅଧୀନ କୁଡିଆମାଳ ଗାଁର ବାବାଜୀ ଜେନା ଏକ ବିବାହରେ ବରଯାତ୍ରୀ ହୋଇଯାଇଥିଲେ। କିନ୍ତୁ ଫେରିବାବେଳେ ବାବାଜୀ ବାଟ ନପାଇ ଭୁଲ୍ ରାସ୍ତାରେ ଫେରିଥିଲେ। ହେଲେ ଜାଣିନପାରି ଏକ ସୁରକ୍ଷା ବାଡ ନଥିବା ପୋଲ ତଳକୁ ଖସିପଡିଥିଲେ। ସ୍ଥାନୀୟ ଲୋକେ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ୍ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ଏଠାରେ ସୂଚନାଯୋଗ୍ୟ ଏହି ପଂଚାୟତରେ ନିର୍ମାଣ ହୋଇଥିବା ସମସ୍ତ କଲର୍ଭଟ ଓ ପୋଲଗୁଡିକର ଦୁଇପାଶ୍ୱର୍ରେ ସୁରକ୍ଷା ବାଡ ନିର୍ମାଣ ହୋଇନଥିବାରୁ ଏହିଭଳି ବହୁ ଅଘଟଣ ଘଟି ଲୋକ ଓ ପଶୁଙ୍କର ଜୀବନ ହାନି ହେଉଛି। ଏଣୁ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଯୁବ ସମାଜସେବୀ ପ୍ରତାପ ନାୟକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.