Home ଜିଲ୍ଲା ପରିକ୍ରମା ନିଶାମୁକ୍ତି ସଂଗ୍ରାମର ସାରଥି ଗାନ୍ଦିବାଦୀ ସର୍ବୋଦୟ ନେତା, ସ୍ୱର୍ଗତଃ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଓ...

ନିଶାମୁକ୍ତି ସଂଗ୍ରାମର ସାରଥି ଗାନ୍ଦିବାଦୀ ସର୍ବୋଦୟ ନେତା, ସ୍ୱର୍ଗତଃ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଓ ସମାଜର ଆବଶ୍ୟକତା

26

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ସର୍ବୋଦୟ ମଣ୍ଡଳ ଓ ଗାନ୍ଧି ବାଳାଶ୍ରମ ଭଦ୍ରକର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ଗାନ୍ଧିବାଦୀ, ମହାନ ସନ୍ଥ, ସର୍ବୋଦୟ ନେତା, ସର୍ବପ୍ରିୟ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୮ତମ ଶ୍ରାଦ୍ଧ ଦିବସରେ ସର୍ବୋଦୟ ମଣ୍ଡଳର ଭଦ୍ରକ ଜିଲ୍ଲା ସଭାପତି ଶିକ୍ଷାବିତ୍ ଶ୍ରୀ ଅମର କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଗାନ୍ଧିବାଳାଶ୍ରମ ସଭାଗୃହରେ ଆଶମର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ସମ୍ପାଦକ, ସମାଜସେବୀ ଓ ବିଶିଷ୍ଟ ଅତିଥିମାନଙ୍କ ସହଯୋଗରେ ସଂନ୍ଧ୍ୟା୭ଘଟିକା ସମୟରେ ତା-୨୪/୦୬/୨୦୨୨ରିଖରେ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭରେ ୰ ନବକୃଷ୍ଣ ଚୌଧୁରୀଙ୍କ ଫଟୋରେ ଦ୍ୱୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ହୋଇଥିଲା। ତତ୍ ପରେ ଆଶ୍ରମର ଅନ୍ତେବାସୀ ମାନେ ବୈଷ୍ଣବ ଭଜନ ଗାନ କରିଥିଲେ ଓ ବାଳାଶ୍ରମର ସମ୍ପାଦକ ଶ୍ରୀ ଅଶୋକ କୁମାର ଦାସ ଅତିଥି ପରିଚୟ ପ୍ରଦାନ, ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେଆଜିର ସଭାର ଉଦ୍ଦେଶ୍ୟ, ଓ ମହାନ ଆତ୍ମାଙ୍କର ସମାଜ ପ୍ରତି ଅଙ୍ଗିକାର ବଦ୍ଧତା ବିଷୟରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା, ପ୍ରାକ୍ତନ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ପଣ୍ଡା ସନ୍ଥଙ୍କ ଜୀବନୀ ଓ ସମାଜର ଉନ୍ନତି ଓ ଦେଶମାତୃକାର ସେବା କରିବା ପାଇଁ ନିଜେ ଜମିଦାର ହୋଇମଧ୍ୟ ନିଜର ସମସ୍ତ ସୁଖ ଓ ସମୃଦ୍ଧିକୁ ତ୍ୟାଗ କରି ଜଣେ ସାଧାରଣ ମଣିଷ ଭଳି ସରଳ ଜୀବନ ଯାପନ ସହ ସମସ୍ତକ ପ୍ରିୟ ‘ବାପି’ହୋଇଥିଲେ ବୋଲି ବର୍ଣ୍ଣନା କରିଥିଲେ। ସମାଜ ସେବୀ ଶ୍ରୀ ଅଜୟ କୁମାର ନାୟକ କହିଥିଲେ ଏପରି ତ୍ୟାଗୀ, ନିରଳସ ସନ୍ୟାସୀ ଓ କର୍ମବୀର, ପୃଥିବୀରେ ବିରଳ ଓ ସେ ମୁଖ୍ୟମନ୍ତ୍ରୀର ପଦରୁ ଅବସର ପରେ ଗୋଟିଏ ଭଙ୍ଗା ଟିଣ ବାକ୍ସ ଓ ସପଟିଏ ଧରି ଚାଲିଚାଲି ଆସିଥିଲେ, ତାହା ବର୍ତ୍ତମାନ ସମାଜ ପାଇଁ ବିରଳ ଉଦାହରଣ। ସର୍ବୋଦୟ ନେତା ୰କର୍ମବୀର ଚୌଧୁରୀ କିପରି ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ସମୟ ୧୯୫୦ରୁ୧୯୫୬ ମ୍ମରେ ଏହି ରାଜ୍ୟ ପ୍ରତି ଓ ଦେଶପ୍ରତି କରିଥିବା ଉନ୍ନତି ମୂଳକ କାର୍ଯ୍ୟର ପଟ୍ଟାନ୍ତର ନାହିଁ ଶ୍ରୀପାଣିଗ୍ରାହୀ ଆଲୋକ ପାତ କରିଥିଲେ। ଯଥା ୧୯୫୪ରେ ଓଡ଼ଆ ଭାଷାକୁ ସରକାରୀ ଭାଷା ରୂପେ ମାନ୍ୟତା ଦେବାରେ ବିଧାନସଭାରେ ସର୍ବସମ୍ମତିକ୍ରମେ ସ୍ୱିକୃତି ପ୍ରଦାନ କରିଥିଲେ। ଯାହାର ଫଳ ଆମ୍ଭେ ଏବେ ଉପଲବ୍ଧି କରୁଅଛୁ। ଦ୍ୱିତୀୟରେ ୧୯୫୬ ମସିହାରେ ୰ ଚୌଧୁରୀ ଓଡ଼ିଶାର ବିଧାନସଭାରେ ସମ୍ପୂର୍ଣ୍ଣ ନିଶାନିବାରଣ ଆଇନ ପାରିତ କରାଇଥିଲେ।

ଯହି ତାହା କାର୍ଯ୍ୟ କାରୀ ହୋଇପାରନ୍ତା ତେବେ ଯୁବ ସମାଜ ପଥଭ୍ରଷ୍ଠ ନ ହୋଇ ବଳାତ୍କାର, ନାରୀ ନିର୍ଯ୍ୟାତନା ଓ ଦୁର୍ଘଟଣାମାନ ଘଟୁନଥାନ୍ତା। ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମରେ ଅତିଥି ହୋଇ ‘ନୟାଗଡ଼’ ସହରର ଏକ ସଭାକୁ ଯାଉଥିବା ସମୟରେ ରାସ୍ତା ପାଖ ଏକ ପୋଖରୀରେ ଲୋକମାନେ ଦଳ ସଫା କରୁଥିଲେ। ମୁଖ୍ୟମନ୍ତ୍ରୀ ମହାଶୟ ଗାମୁଛା ଭିଡ଼ି ନିଜେ ତାଙ୍କ ସହଦଳ ସଫା କରିବାରେ ଲାଗି ପଡ଼ିଥିଲେ। ଏପରି ବ୍ୟକ୍ତି ସମାଜରେ ବିରଳ ବୋଲି ସଭାପତି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀରୁ ଅବସର ପରେ କ୍ଷୀର ଓ ଘିଅ ବିକି ଓ ସାଧାରଣ ଲୋକଙ୍କ ପରି ବାଜିରାଉତ ଆଶ୍ରମରେ ସେବା କରି ଶେଷ ଜୀବନ କାଟିଥିଲେ ଓ ୧୯୮୪ ମସିହା ଜୁନ୍ ୨୪ ତାରିଖରେ ଇହଧାମ ତ୍ୟାଗ କରିଥିଲେ। ଅଧିବକ୍ତା ମନୋରଞ୍ଜନ ମହାନ୍ତି, ଶ୍ରୀ ଅମରେନ୍ଦ୍ର ବିଶ୍ୱାଳ ଓ ପଙ୍କଜ ବଳ, ସ୍ୱର୍ଗତ ଚୌଧୁରୀଙ୍କର ଓଡ଼ିଶା ପ୍ରତି ଅବଦାନ ଓ ତ୍ୟାଗ ବିଷୟରେ ମତାମତ ପ୍ରଦାନ କରିଥିଲେ। ଦୁଇଜଣ ମୁସ୍‌ଲିମ୍ ଭାଇ ହଜ୍ କରିବାକୁ ଯିବାକୁ ଅନୁଷ୍ଠାନର ଅତିଥିମାନଙ୍କ ଠାରୁ ଶୁଭେଚ୍ଛା ଓ ସଦିଚ୍ଛା ସହ ବିଦାୟ ନେଇଥିଲେ। ତାଙ୍କର ହଜ୍ ଯାତ୍ରା ସ‘ଳତା ସହ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପରମାତ୍ମାଙ୍କ ଠାରେ ପ୍ରାର୍ଥନା ହୋଇଥିଲା। ସର୍ବଶେଷରେ ଅଧିବକ୍ତା ହୃଷିକେଶ ମହାନ୍ତି ୰ନବକୃଷ୍ଣ ଚୌଧୁରୀଙ୍କ ବିଷୟରେ ନିଜେ ଅଙ୍ଗେ ଲିଭା ଘଟଣା କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.