Home କେନ୍ଦୁଝର ବାଙ୍ଗୋର କ୍ୱାରେଣ୍ଟାଇନରେ ଥିବା ଯୁବକଙ୍କ ମୃତ୍ୟୁ,

ବାଙ୍ଗୋର କ୍ୱାରେଣ୍ଟାଇନରେ ଥିବା ଯୁବକଙ୍କ ମୃତ୍ୟୁ,

101

ହାଟଡିହି-୬ /୬, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ତାମିଲନାଡୁ ଫେରନ୍ତା ୨୦ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସେ ଗତ ୧୪ଦିନ ତଳେ ତାମିଲନାଡୁରୁ ଫେରି ବାଙ୍ଗୋର କ୍ୱାରେଣ୍ଟାଇନ ସେଣ୍ଟରରେ ରହି ଆସିଥିଲେ । ଗତ ୪ତାରିଖ ରାତିରେ ସେ ଅସୁସ୍ଥ ହେବାରୁ ତାଙ୍କୁ ୫ତାରିଖ ସକାଳେ କେନ୍ଦୁଝର କୋଭିଡ ହସପିଟାଲକୁ ନିଆଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରରୁ ଜଣାଯାଇଛି ଯେ ବାଙ୍ଗୋର ନାଇକସାହିର ଜଣେ ୨୦ବର୍ଷୀୟ ଯୁବକ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିଲା । ସେ ୧୪ଦିନ ତଳେ ଘରକୁ ଆସିବାପରେ ତାଙ୍କୁ ବାଙ୍ଗୋର ହାଇସ୍କୁଲରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଗତ ୪ତାରିଖ ରାତିରେ ସେ ହଠାତ ଅସୁସ୍ଥ ହୋଇପଡିଥିଲା । ୫ତାରିଖ ସକାଳେ ଡାକ୍ତରୀଦଳ ପହଞ୍ଚି ତାଙ୍କ ସ୍ୱାସø୍‌ଥ୍ୟ ପରୀକ୍ଷା କରିବାପରେ ତାଙ୍କୁ କେନ୍ଦୁଝର କୋଭିଡ-୧୯ ହସିପିଟାଲକୁ ପଠାଇ ଦେଇଥିଲେ । ଗତକାଲି ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା । ଆଜି ସକାଳେ ବିଡିଓ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ସୁଚନା ପାଇ ସରପଞ୍ଚ ତାଙ୍କ ଘରକୁ ଯାଇ ମୃତ୍ୟୁ ଖବର ଜଣାଇବାପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଗାଡିଘୋଡାର ସୁବିଧା ନଥିବାରୁ କେନ୍ଦୁଝରକୁ ଯାଇ ପାରିନଥିଲେ । ତାଙ୍କ ପରିବାରକୁ ସରକାର ତୁରନ୍ତ ୫୦ଲକ୍ଷ ଟଙ୍କା କ୍ଷତିପୁରଣ ଦିଅନ୍ତୁ ବୋଲି ଗ୍ରାମବାସୀମାନେ ମଧ୍ୟ ଦାବି କରିଥିଲେ । ପରେ ପୁଲିସ ଅଧିକାରୀମାନେ ପହଞ୍ଚି ଏକ ଆମ୍ବୁଲାନସ ଯୋଗେ ତାଙ୍କ ପରିବାର ଲୋକଙ୍କୁ କେନ୍ଦୁଝର ପଠାଇଛନ୍ତି । ମୃତକଙ୍କ କ୍ଷତିପୁରଣ ଦେବାକୁ ଦାବିକରି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଆନନ୍ଦପୁର ଏସଡିପିଓ ଙ୍କ ସମେତ ଆନନ୍ଦପୁର, ଘସିପୁରା, ସୋସୋ ଥାନାର ବହୁ ଅଫିସର ପୁଲିସ ଫୋର୍ସ ସହ ଗାଁରେ ଡେରା ପକାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.