Home ଓଡ଼ିଶା ବାଘ ଭୟରେ ଗ୍ରାମବାସୀ

ବାଘ ଭୟରେ ଗ୍ରାମବାସୀ

365

ବାରିପଦା ୨୩-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ବିଶୋଇ ବନାଞ୍ଚଳ ଅଧିନ ସରଗଡା-ଚଢେଇ ପାହାଡ଼ି ରାସ୍ତାରୁ ପ୍ରାୟ ୩ କିଲୋମିଟର ଦୂର କଣାପାଟ ସଂରଖିତ ଜଙ୍ଗଲ ମଧ୍ୟରେ ଏକ ବଳଦକୁ ବାଘ ମାରି ଖାଇଥିବାର ଖବର ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଖବର ମତେ ଦଳେଇଡିହ ଗ୍ରାମର ବୁବେଲ ସରଦାରଙ୍କ ଏକ ବଳଦ ଗତ ୨୧ ତାରିଖରୁ ନିଖାଜ ଥିଲା, ବୁବେଲ ଏବଂ ତାଙ୍କ ସ୍ତ୍ରୀ ଆଖ ପାଖ ଅଂଚଳରେ ଖୋଜା ଖୋଜି କରି ନିରାଶ ହେବା ପରେ ଗ୍ରାମବାସୀଙ୍କୁ ଖୋଜିବାକୁ ନିବେଦନ କରିଥିଲେ। ଗ୍ରାମବାସୀ ବଲଦକୁ କଣାପାଟ ଜଙ୍ଗଲ ମଧ୍ୟରେ ମୃତ ଅବସ୍ଥାରେ ଠାବ କରି ମାଲିକଙ୍କୁ ଖବର ଦେବାସହ ବିଶୋଇ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟିଙ୍କୁ ମଧ୍ୟ ସୂଚନା ଦେଇଥିଲେ।

ଖବର ପାଇରେଞ୍ଜ ଅଧିକାରୀ ସଦଳବଳେ ଘଟଣା ସ୍ଥଳକୁ ପହଁଚି ଘଟଣାର ତଦନ୍ତ କରି ମୃତ ବଳଦର ପୋଷ୍ଟ ମୋର୍ଟମ କରି ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲେ, ବଳଦ ମୃତ ସ୍ଥାନ ନାଳ ନିକଟରୁ ବାଘର ପାଦ ଚିହ୍ନ ଠାବ କରାଯାଇଛି। ଯାହାକି କଲରା ପତରିଆ ବାଘ ବଳଦକୁ ମାରିଥିବାର ଅନୁମାନ କରାଯାଉଛି। ଏନେଇ DFO ଙ୍କ ନିର୍ଦେଶ କ୍ରମେ କ୍ଷତିଗ୍ରସ୍ତ ପରିବାରକୁ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦିଆଯିବ ବୋଲି ସୂଚନା ମିଳିଛି ଏବଂ ଗ୍ରାମବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଜନବସତିର ଅତି ନିକଟରେ ବାଘଟିର ପାଦଚିହ୍ନ ମିଳିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.