Home ଓଡ଼ିଶା ବାଘମାରୀ ନଦୀରେ ପ୍ରଥମ ବଢି

ବାଘମାରୀ ନଦୀରେ ପ୍ରଥମ ବଢି

59

ନୟାଗଡ଼, ୨୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ବନଖଣ୍ଡ ହାତୀମୁଣ୍ଡା ପର୍ବତରୁ ବାହାରି ଥିବା ବାଘମାରୀ ନଦୀରେ ପ୍ରଥମ ବର୍ଷାଜଳ ପ୍ରବେଶ କରିବା ପରେ ବଢି ହୋଇଛି। ଗତ ୫ଦିନ ହେଲା ଲଗାତର ବର୍ଷା ଲାଗି ରହୁଥିବାବେଳେ ଗୁରୁବାର ଭୀଷଣ ବର୍ଷା ହେବା ଯୋଗୁଁ ନଦୀ ଦୁଇକୂଳ ଲଂଘନ କରି ବର୍ଷାଜଳ ପ୍ରବାହିତ ହେଉଥିବାବେଳେ ନଦୀବଢି ଦେଖିବାକୁ ମିଳିଛି। ଫଳରେ ନଦୀ କୂଳରେ ବାସ କରୁଥିବା ନୂଆଗାଁ ବ୍ଳକର ବେଗୁନିଆସାହି, ମାଳିସାହି, ଦେଉଳି, ବଳଭଦ୍ରପୁର ଓ ନୟାଗଡ଼୍ ବ୍ଳକର କ୍ରିଦାଶପୁର, କଂଚନବିଲି, ଯୌତୁକପାଟଣା, କୋଡିଏକାହାଣିଆଁ, ଲକ୍ଷ୍ମୀପ୍ରସାଦ ପଂଚାୟତର ଢାମଣେଇ ବୃନ୍ଦାବନପୁର, ଯଦୁପୁର, ରାଉତରାପୁର ଆଦି ଗ୍ରାମ ସମେତ ପଥଚାରୀମାନେ ନଦୀବଢି ଉତ୍ସୁକତାର ସହ ଦେଖୁଥିବା ପରିଲକ୍ଷିତ ହୋଇଥିଲା। ତେବେ ପ୍ରଥମ ନଦୀବଢିରେ ବଡ଼ ବଡ଼ କାଠ ଭାସି ଆସୁଥିବା ଦେଖିବାକୁ ମିଳିଥିଲା। ବାଘମାରୀ ନଦୀ ଲକ୍ଷ୍ମୀପ୍ରସାଦ ପଂଚାୟତର ଢାମଣେଇ ଢାହୁକା ନଦୀରେ ମିଶିଥିବାବେଳେ ଡାହୁକା ନଦୀ କୁସୁମୀ ନଦୀରେ ମିଶି ମହାନଦୀ ସହିତ ସଂଲଗ୍ନ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.