Home ଓଡ଼ିଶା ଛାତ୍ର ଓ ଯୁବ ବିରୋଧୀ ଅଗ୍ନିପଥ ଯୋଜନା ବାତିଲ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପ୍ରତିବାଦ

ଛାତ୍ର ଓ ଯୁବ ବିରୋଧୀ ଅଗ୍ନିପଥ ଯୋଜନା ବାତିଲ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପ୍ରତିବାଦ

33

ଭୂବନେଶ୍ଵର ୨୪/୦୬ (ଓଡ଼ିଆ ପୁଅ) : ଦେଶର ଛାତ୍ର ଯୁବକ ତଥା ଶ୍ରମିକ କୃଷକ ପରିବାରର ସନ୍ତାନ ମାନଙ୍କ ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ପ୍ରତାରଣା ମୂଳକ ‘ଅଗ୍ନିପଥ ‘ ଯୋଜନା ଅବିଳମ୍ବେ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ଵାନରେ ଦେଶବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇ ଆଜି ରାଜଧାନୀ ଭୂବନେଶ୍ଵରରେ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି। ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡିଶା ର ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ରାଜ୍ୟର ବିଭିନ୍ନ ଶ୍ରମିକ ସଂଗଠନ (ଟ୍ରେଡ ୟୁନିୟନ)ର ନେତୃବୃନ୍ଦ ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ଛାତ୍ର, ଯୁବକ ତଥା ବେକାର ଯୁବକ ମାନଙ୍କ ସହ ଏକ ଦୀର୍ଘସ୍ଥାୟୀ ପ୍ରତାରଣା ମୂଳକ ଯୋଜନା ‘ଅଗ୍ନିପଥ’ ଅବିଳମ୍ବେ ବାତିଲ କରିବା, ଦେଶର ସମସ୍ତ ନିଯୁକ୍ତିକ୍ଷମ ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି, ନିଯୁକ୍ତି କ୍ଷେତ୍ରରେ ସମସ୍ତ ଠିକା ବ୍ୟବସ୍ଥା ବିଲୋପ କରିବା, ଦେଶର ସାର୍ବଭୌମକୁ ସୁରକ୍ଷିତ ରଖିବା ପାଇଁ ଦେଶର ଭବିଷ୍ୟତ ଯୁବପିଢି ସହିତ ପ୍ରତାରଣା ନକରିବା ଦାବିରେ ଏହି ପ୍ରତିବାଦର ଡାକରା ଦିଆଯାଇଥିଲା।

ସଂଯୁକ୍ତ କୃଷକ ମୋର୍ଚ୍ଚାର ଆବାହକ ମଣ୍ଡଳୀ ସଦସ୍ୟ ତଥା ଇନସାଫ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ସେଥିରେ ସିଟୁ ପକ୍ଷରୁ ଶ୍ରମିକ ନେତା ଦୁଷ୍ମନ୍ତ ଦାସ, ଅଖିଳ ଭାରତ କୃଷକ ସଭାର କ୍ଷୀରୋଦ ସିଂହଦେଓ, ଏ.ଆଇ.ସି.ସି.ଟି.ୟୁ ର ମହେନ୍ଦ୍ର ପରିଡା, ଟି.ୟୁ.ସି.ଆଇ.ର ପ୍ରମିଳା ବେହେରା, ଟି.ୟୁ.ସି.ସି ର ଜ୍ୟୋତି ରଞ୍ଜନ ମହାପାତ୍ର, ଓଡିଶା କୃଷକ ସଭାର ଯମେଶ୍ଵର ସାମନ୍ତରାୟ, ହିନ୍ଦ ମଜଦୁର ସଭାର ସଞ୍ଜୁକ୍ତା ମହଲା, ଏ.ଆଇ. ଟି.ୟୁ.ସି ର ଜୟନ୍ତ ଦାସ,

ଆଇ.ଏନ.ଟି.ୟୁ.ସିର ସତ୍ୟବ୍ରତ ନାୟକ, ଏ.ଆଇ.ୟୁ.ଟି.ୟୁ.ସି ର ନିରଞ୍ଜନ ମହାନ୍ତି, ଏ.ଆଇ.କେ.ଏମ.କେ.ଏସ ର ଜୟରାମ ଜେନା, ସୁବର୍ଣରେଖା ବିସ୍ଥାପନ ବିରୋଧୀ ଆଂଦୋଳନର ନେତା ଅରୁଣ ଜେନା, ସମାଜବାଦୀ ପାର୍ଟିର ସଞ୍ଜୟ ନାୟକ ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଦୁରଭିସନ୍ଧି ଓ କର୍ପୋରେଟ ସ୍ଵାର୍ଥ ନିକଟରେ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସମର୍ପଣ ନୀତିକୁ ତୀବ୍ର ବିରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ବିଶିଷ୍ଟ ପରିବେଶବିତ ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଶ୍ରମିକ ନେତା ସୁର ଜେନା, ଓଡିଶା କୃଷକ ସଭାର ଅଭିରାମ ବେହେରା, ପ୍ରମୋଦିନୀ ସାହୁ, ସ୍ତମ୍ଭକାର ସତୀଶ ମିଶ୍ର, ବାମପନ୍ଥୀ ନେତା ଶ୍ରୀକାନ୍ତ ମହାନ୍ତି, ମାନସ ରଞ୍ଜନ ପ୍ରଧାନ, ଟ୍ରେଡ ୟୁନିୟନ ନେତା ବିଜୟ ଜେନା, ଏ.ଆଇ.ଏସ.ଏଫ ରାଜ୍ୟ ନେତ୍ରୀ ସଙ୍ଘମିତ୍ରା ଜେନା, ସି.ଏସ.ଡି ର ପ୍ରଦୀପ ସାହୁ, ଡଃ ଶ୍ରୀଚରଣ ବେହେରା, ମାନବବାଦୀ-ହେତୁବାଦୀ ସଂଗଠନର ମହମ୍ମଦ ସୁକୁର, ବିସ୍ଥାପନ ବିରୋଧୀ ଆଂଦୋଳନର ନେତା ପ୍ରଶାନ୍ତ ପାଇକରାୟ ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.