Home ଜିଲ୍ଲା ପରିକ୍ରମା ବାଉଁଶ ପୋଲରୁ ଖସି ଯୁବକ ନିଖୋଜ

ବାଉଁଶ ପୋଲରୁ ଖସି ଯୁବକ ନିଖୋଜ

70

ଭଦ୍ରକ ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକଡାଉନ୍ ଯୋଗୁଁ ବିଦେଶରୁ ଗାଁକୁ ଫେରିଆସିଥିବା ଯୁବକ ଜଣକ କାମଧନ୍ଦା ନମିଳିବାରୁ ଚାଷ କରିବାକୁ ମନ ବଳାଇ ଶେଷରେ ବାଉଁଶ ପୋଲରୁ ଖସି ଯୋରରେ ନିଖୋଜ ହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚାନ୍ଦବାଲି ଥାନା ଅଧୀନସ୍ଥ ମଠସାହି ଗ୍ରାମର ନବଘନ ସାହୁଙ୍କ ପୁତ୍ର ଶଶିକାନ୍ତ (୨୧) କରୋନା ଜନିତ ଲକଡାଉନ୍ ଯୋଗୁଁ ବିଦେଶରୁ ଗ୍ରାମକୁ ଫେରିଆସିଥିଲେ । କାମଧନ୍ଦା ନମିଳିବାରୁ ଆଜି ସକାଳେ ଜଣେ ମୂଲିଆଙ୍କୁ ନେଇ କଉଡିଆ ଯୋର ଅପରପାଶ୍ୱର୍ରେ ଥିବା ଚାଷଜମିକୁ ଧାନ ରୋଇବାକୁ ଯାଉଥିଲେ । ମାତ୍ର କଉଡିଆ ଯୋର ଉପରେ ଥିବା ବାଉଁଶ ପୋଲ ପାର୍ ହେଉଥିବାବେଳେ ବାଉଁଶ ଭାଙ୍ଗିଯବାରୁ ସେ ଖସିପଡି ନିଖୋଜ ହୋଇଯାଇଛନ୍ତି । ସାଙ୍ଗରେ ଥିବା ମୂଲିଆ ଜଣକ ପାଟିକରି ଡାକିବାରୁ ସ୍ଥାନୀୟ ଲୋକେ ପହଞ୍ôଚ ଖୋଜିଥିଲେ । ଏଥିସହ ଖବର ପାଇ ଦମକଳ ବାହିନୀ ପହଞ୍ôଚ ମଧ୍ୟ ଅନୁସନ୍ଧାନ କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.