Home ଜିଲ୍ଲା ପରିକ୍ରମା ବାଇକ୍‌କୁ ପିଟିଲା ବସ୍ – ବାପ ମୃତ, ପୁଅ ଗୁରୁତର

ବାଇକ୍‌କୁ ପିଟିଲା ବସ୍ – ବାପ ମୃତ, ପୁଅ ଗୁରୁତର

24

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡ଼ି ସତ୍‌ସଂଗ ବିହାର ନିକଟରେ ଆଜି ଏକ ବସ୍ ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ବାପ ମୃତ୍ୟୁବରଣ କରିଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପ୍ରକାଶ ଯେ ସକାଳ ୯ଟା ସମୟରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଭଗବାନଶୁଣୀ (ନଂ ଓଆର୨୨ଡି ୧୧୬୩) ନାମକ ବସ୍ ଯାଉଥିଲା। ବିପରୀତ ଦିଗରୁ ଭଦ୍ରକ ଅଭିମୁଖେ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ସଚ୍ଚିନ୍ଦ୍ରନାଥ ମାଝୀ (୭୪) ଓ ତାଙ୍କ ପୁଅ ଜ୍ଞାନେନ୍ଦ୍ର ମାଝୀ (୩୦) ଯାଉଥିଲେ। ତିହିଡ଼ି ସତ୍‌ସଙ୍ଗ ବିହାର ନିକଟରେ ବସ୍‌ଟି ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ରେ ଯାଉଥିବା ବାପ-ପୁଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ଦୁଇଜଣଙ୍କୁ ତିହିଡ଼ି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ବାପ ସଚ୍ଚିନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍‌ସ ଯୋଗେ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଥିଲା। ମାତ୍ର ଡାକ୍ତରଖାନା ଯିବା ବାଟରେ ସଚ୍ଚିନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ପରେ ପୁଅ ଜ୍ଞାନେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୁଲିସ କେଶ ନଂ ୪୬୩/୨୨ରେ ଏକ ମକଦ୍ଦମା ରୁଜୁ କରି ଧକ୍କା ଦେଇଥିବା ବସ୍‌କୁ ଜବତ କରିବା ସହି ଡ୍ରାଇଭର ମହରମପୁର ଗ୍ରାମର ଅଜୟ କୁମାର ନାୟକକୁ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.