Home ଜିଲ୍ଲା ପରିକ୍ରମା ବାଂଶଡା ପୋଲ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

ବାଂଶଡା ପୋଲ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

24

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଠାରେ ଚାଲିଥିବା ପୋଲ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭ୍‌ଦ୍ରକ ଜିଲାପାଳ ଞ୍ଜାନରଞ୍ଜନ ଦାସ । ଆଜି ଦିନ ୧୨ଟା ସମୟରେ ଜିଲାପାଳ ଅପ୍ରତ୍ୟାଶ୍ରିତ ଗସ୍ଥରେ ଆସି ବାଂଶଡା ଠାରେ ପହଂଚିବା ପରେ ସିଂଲା କନଷ୍ଟ୍ରକସନ କମ୍ପାନୀର କାର୍ଯ୍ୟକର୍ତାଙ୍କ ସହ ସମସ୍ତ ଆଲୋଚନା କରିବା ପରେ ଏହି ପୋଲ ପାଇଁ ଆବଶ୍ୟକ ପଡୁଥିବା ଆପ୍ରୋଚ ରୋଡ ପାଇଁ ଆବଶ୍ୟକ କିଛି ଜମି ମଧ୍ୟରୁ ୨ଜଣ ଲୋକଙ୍କର ବିବାଦୀୟ ଜମିର ସମାଧାନ କରିବା ସହ ତୁରନ୍ତ ସେମାନଙ୍କୁ ଡକାଇ ଏହି ଜମି ପାଇଁ କ୍ଷତିପୂରଣ ନେବା ପାଇଁ କହିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କ ସହ ଯୋଗାଯୋଗ କରି ଏହାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ବାଂଶଡା ପୋଲ କାର୍ଯ୍ୟର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ସହ ମଇ ମାସ ଶେଷ ସୁଦ୍ଧା ଆପ୍ରୋଚ ରୋଡର କାର୍ଯ୍ୟ ସମାପ୍ତ କରିବା ପାଇଁ ସିଂଲା କନଷ୍ଟ୍ରକସନ କମ୍ପାନୀକୁ ନିର୍ଦେଶ ଦେଇଥିଲେ । ଆଜିର ଏହି ସମୀକ୍ଷା କାର୍ଯ୍ୟରେ ଉପ ଜି୍‌ଲାପାଳ ପିତାମ୍ବର ସାମଲ,ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଆର ଏଣ୍ଡ ବି ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦ୍‌୍ୟୁମ୍ନ ସେଠୀ, କନିଷ୍ଠଯନ୍ତ୍ରୀ ଚରଣ ସିଂ ଚାନ୍ଦବାଲି ଚେୟାରମେନଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସିଂଲା କନଷ୍ଟ୍ରକସନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ବାଂଶଡା ପୋଲର ସ୍ଲାବ କୋଲକାତା ଠାରେ ନିର୍ମାଣ ଚାଲିଥିବା ସୂଚନା ଦେଇଥିବା ବେଳେ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ପୋଲ କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଥିଲେ । ଏହି ପୋଲ ନିର୍ମାଣ ହୋଇଗଲେ ଧାମରାରୁ ଜିଲା ସଦର ମହକୁମାକୁ ଯାତାୟତରେ ଥିବା ବାଧକ ଦୂର ହେବ ବୋଲି ଚାନ୍ଦବାଲି ବ୍ଲକ ଚେୟାମେନଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁ ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.