Home କେନ୍ଦୁଝର ନା ବାଳିକାକୁ ବଳାତ୍କାର ଉଦ୍ୟମ ଅଭିଯୋଗ

ନା ବାଳିକାକୁ ବଳାତ୍କାର ଉଦ୍ୟମ ଅଭିଯୋଗ

303

ହାଟଡିହି ୩୦ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ଗ୍ରାମରେ ଜଣେ ନାଁ ବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନା ବାଳିକା ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଛି । ଅଭିଯୋଗ ଅନୁଯାଇ ଗତ ୨୬ତାରିଖ ସକାଳ ୭ଟାବେଳେ ୧୪ବର୍ଷୀୟ ନାଁ ବାଳିକା ଜଣକ ଶୌଚ ପାଇଁ ଯାଉଥିବାବେଳେ ତାକୁ ଏକୁଟିଆ ପାଇ ସେହି ଗ୍ରାମର ଅକ୍ଷୟ କୁମାର ସା ନାମକ ଜଣେ ଯୁବକ ତାକୁ ଯୋର ଜରବଦସ୍ତ ନିକଟସ୍ଥ ଏକ ବୁଦା ମୁଳକୁ ଟେକିନେଇ ତାକୁ ବଳାତ୍କାର ଉଦ୍ୟମ କରିବା ସହିତ ତାକୁ ଉଲଗ୍ନ କରି ମୋବାଇଲରେ ଫଟୋ ଉତ୍ତୋଳନ କରିଥିଲା । ଏ ସମ୍ପର୍କରେ କାହାରିକୁ ନଜଣାଇବାକୁ ଧମକ ଦେଇଥିଲା । ସେହିଦିନ ଠାରୁ ତାକୁ ସେ ଫଟୋ ସବୁ ଭାଇରାଲ କରିବାର ଧମକ ଦେଇ ତା ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ନା ବାଳିକା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.