Home ଓଡ଼ିଶା ବସ ଓଲଟି ୨୦ରୁ ଅଧିକ ଆହତ ୨ ଗୁରୁତର

ବସ ଓଲଟି ୨୦ରୁ ଅଧିକ ଆହତ ୨ ଗୁରୁତର

903

ପଟ୍ଟାଙ୍ଗି ୭-୬ (ଓଡ଼ିଆ ପୁଅ/ମେଘା ଗୁଣ୍ଠା) କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକଅନ୍ତର୍ଗତ ପଟାଙ୍ଗି ରାଳେଗଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ତେଲାରାଇ ଛକ ବୁଲାଣିଠାରେ ଦୃତଗାମୀ ଯାତ୍ରୀବାହୀ ନଡିଆରାଣୀ ବସ ଭାରସାମ୍ୟ ହରାଇ ଭୋର ୫ଟା ସମୟରେ ଓଲଟି ପଡିଥିଲା। ଫଳରେ୨୦ଜଣ ଯାତ୍ରୀ ଆହତ ହୋଇଥିଲା ବେଳେ ବସର ଡ୍ରାଇଭର ଓ କଣ୍ଡକ୍ତର ଗୁରୁତର ଭାବରେ ଆହତ ହୋଇଥିଲେ। ସୂଚନାଯୋଗ୍ୟ କି ଦୃତଗାମୀ ନଡିଆ ରାଣୀ ବସ (OD05AA5977) ୫୦ ଜଣ ଯାତ୍ରୀଙ୍କୁ ଧରି କଟକ ଠାରୁ ବାହାରି ଜୟପୁର ଅଭିମୁଖେ ଯାଉଥିବା ସମୟରେ ପଟାଙ୍ଗି ବ୍ଲକ ଅନ୍ତର୍ଗତ ରାଳେଗଡ଼ା ପଞ୍ଚାୟତ ସ୍ଥିତ ତେଲାରାଇ ଛକ ଭୁଲାଣି ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ବସର ଡ୍ରାଇଭର ଜିତେନ୍ଦ୍ର ସିଂ ବୟସ(୪୮)ଓ କଣ୍ଡକ୍ଟର ନିରଞ୍ଜନ ମୁନ୍ଦୁଲି ବୟସ(୩୫) ଗୁରୁତର ଆହତ ହୋଇଥିଲେ। କିଛି ବାଟୋଇ ଦୁର୍ଘଟଣା ଗ୍ରସ୍ତ ବସ ନିକଟକୁ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ସମସ୍ତ ଯାତ୍ରୀମାନଙ୍କୁ ପଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠ।ଇଥିଲେ। କିନ୍ତୁ କଣ୍ଡକ୍ଟରଙ୍କ ଗୋଡ଼ ବସ ଭିତରେ ଚାପି ହୋଇ ରହିଯାଇଥିବା ଯୋଗୁ ପଟାଙ୍ଗି ଅଗ୍ନିଶମ ବିଭାଗର ସନ୍ତୋଷ କୁମାର ବେହେରା ଓ ତାଙ୍କ ଦଳ ଆସି କଟର ସାହାଯ୍ୟରେ ଚାପି ହୋଇଯାଇଥିବା ଲୋକକୁ ଲୁହା କାଟି କଣ୍ଡକ୍ଟର ମୁନ୍ଦୁଲିକୁ ବହୁତ କଷ୍ଟରେ ବାହାର କରାଯାଇଥିଲା। ଏହା ପରେ ପଟାଙ୍ଗି ପ୍ରାଥମିକ ଚିକିତ୍ସା କେନ୍ଦ୍ର କରିବାପରେ ବସର ଉଭୟ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ କୋରାପୁଟ ଡାକ୍ତର ଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଖବର ପାଇ ଭାରପ୍ରାପ୍ତ ଅଧିକାରୀ ବି କେ ରାୟ, ଏସ ଆଇ ଏସ ପଟ୍ଟନାୟକ, ଏଏ ସ ଆଇ ସୁବାଷ ନାୟକ, ଏ ଏ ସ ଆଇ ଏକେ ମାଳି, ପ୍ରଶାନ୍ତ କୁମାର ମାଝୀ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡିଅଛି। ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନଥିବା ଜଣାପଡିଅଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.