Home ଓଡ଼ିଶା ବସ୍ ଯୋଗେ ସୁରତ ରୁ ୨୭ ଓଡିଆ ଶ୍ରମିକ ରଣପୁର ଫେରିଲେ

ବସ୍ ଯୋଗେ ସୁରତ ରୁ ୨୭ ଓଡିଆ ଶ୍ରମିକ ରଣପୁର ଫେରିଲେ

229

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୫-ନୟାଗଡ ଜିଲ୍ଲା ରଣପୁର ଅଂଚଳରୁ ଶହ ଶହ ଯୁବକ ଗୁଜୁରାଟର ସୁରତ ଅଂଚଳରେ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । କରୋନା ଲକ୍‌ଡାଉନ୍ ଫଳରେ ସେମାନେ ସୁରତରେ ଅଟକି ରହିଥିଲେ । ୨ଗୋଟି ବସ୍ ଯୋଗେ ୨୭ ଜଣ ଓଡିଆ ଶ୍ରମିକ ରଣପୁର ରେ ଆସି ପହଁଚିଥିବା ଜଣା ପଡିଛି । ପ୍ରଥମ ବସ୍ ଟି ରଣପୁର ଥାନା ଆଗରେ ଲାଗିବା ପରେ ରଣପୁର ବ୍ଲକ୍ ଅଂଚଳର ୩ଜଣ ଓଡିଆ ଶ୍ରମିକଙ୍କୁ ବସ୍ ରୁ ଓହ୍ଲାଇ ରଖା ଯାଇଥିଲା ।

ଅନ୍ୟ ବସ୍‌ଟି ରେ ଆସିଥିବା ୨୪ଜଣ ଓଡିଆ ଶ୍ରମିକ ରଣପୁର ଥାନା ଆଗରେ ପହଁଚିବା ପରେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ, ରଣପୁର ବିଡିଓ ପଂଚାନନ ପଟ୍ଟାୟତ ଓ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ସେମାନଙ୍କର ଖାଦ୍ୟ ପେୟ ଭଲ ମନ୍ଦ ପଚାରିଥିଲେ । ପରେ ସମସ୍ତ ୨୭ ଜଣ ଶ୍ରମିକଙ୍କୁ ନରସିଂହପୁର ଗ୍ରାମ ପଂଚାୟତରେ ପ୍ରସ୍ତୁତ ଥିବା କ୍ୱାରେଣ୍ଟାନ୍ ହଲ୍ ରେ ନେଇ ଛାଡିଥିବା ଜଣା ପଡିଛି । ସରପଂଚ ନିତ୍ୟାନନ୍ଦ ପରିଡା ସମସ୍ତଙ୍କୁ କ୍ୱାରେଣ୍ଟାନ୍ ହଲ୍ ରେ ରଖି ସେମାନଙ୍କ ରହିବାର, ଖାଇବାର ସୁ ବନ୍ଦୋବସ୍ତ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.