Home କେନ୍ଦୁଝର ବିଧାୟକଙ୍କ ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ

ବିଧାୟକଙ୍କ ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ

433

ହାଟଡ଼ିହି-୨/୫, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ଆଇସୋଲେସନ ସେଣ୍ଟର ପରିଦର୍ଶନ କରିଛନ୍ତି । ବିଧାୟକ ଶ୍ରୀ ସେଠୀ ଆଇତିପୁର, ଗେଡମା, ଡଅଁର, ସଡଙ୍ଗ, ସମଣା ଆଦି ସଂଗରୋଧ କେନ୍ଦ୍ର ଗୁଡିକ ପରିଦର୍ଶନ କରି ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କୁ କିପରି ସୁରକ୍ଷିତ ଭାବେ ରଖାଯିବ ସେ ସମ୍ପର୍କରେ ଆଇତିପୁର ସରପଞ୍ଚ ଆନନ୍ଦ ଚନ୍ଦ୍ର ଦେହୁରୀ, ଗେଡମା ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଡଅଁର ସରପଞ୍ଚ ହିସି ହେମ୍ରମ, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ଷଡଙ୍ଗ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ସମଣା ସରପଞ୍ଚ ପତିତପାବନ ନନ୍ଦ, ବଡରମ୍ପାସ ସରପଞ୍ଚ କାବେରୀ ସାହୁ ପ୍ରମୁଖ ସରପଞ୍ଚ ମାନଙ୍କ ସହ ସମୀକ୍ଷା କରିଥିଲେ । ବିଶେଷକରି ଖଟ ଗୁଡିକୁ ଗୋଟିଏ ମିଟର ଦୁରତାରେ ପକାଇବା ସହ ସେମାନଙ୍କୁ ଖାଦ୍ୟ, ପାନୀୟର ସୁବ୍ୟବସ୍ଥା କରିବାପାଇଁ ସେ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ଧବଳେଶ୍ୱର ପଟ୍ଟନାୟକ, ପ୍ରତାପ ଦେଓ, ପରେଶ ଚକ୍ର, ସୁଧାକର ଓଝା, ଚିନୁ ନାୟକ, ବିରେନ୍ଦ୍ର କୁମାର ବିଶ୍ୱାଳ, ପ୍ରଦୀପ ଜେନା, ରଞ୍ଜନ ପହି, ମଦନ ସାନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.