Home ଜିଲ୍ଲା ପରିକ୍ରମା ବସ୍ତିବାସିନ୍ଦାଙ୍କୁ ବଂଚିବାର ହକ୍ ଅଧିକାର ଦେଇଛି ଜାଗାମିଶନ

ବସ୍ତିବାସିନ୍ଦାଙ୍କୁ ବଂଚିବାର ହକ୍ ଅଧିକାର ଦେଇଛି ଜାଗାମିଶନ

46

ନୟାଗଡ଼, ୯ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ପୌରପରିଷଦ ପକ୍ଷରୁ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌରପରିଷଦର ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିଲାବେଳେ ଅନ୍ୟତମ ଅତିଥିଭାବେ ପୌରପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ବିଧାୟକ ଡ.ସାହୁ କହିଲେଯେ ଗରୀବ, ବେସାହାରା ଓ ଭୂମିହୀନ ମାନଙ୍କ ପାଇଁ ସାରା ଭାରତ ବର୍ଷରେ ଏହା ଏକ ମୁଖ୍ୟମନ୍ତ୍ରୀଙ୍କ ବହୁମୂଖୀ ଯୋଜନା। ଯାହାକି ଓଡ଼ିଶାରେ ବସ୍ତିବାସିନ୍ଦାମାନଙ୍କୁ ଜାଗାମିଶନ ମାଧ୍ୟମରେ ବଂଚିବାର ହକ୍ ଅଧିକାର ଦିଆଯିବାରେ ସୁଯୋଗ ଆଣିଦେଇଛି। କାର୍ଯ୍ୟକ୍ରମରେ ବସ୍ତି ମିଳିତ ମଂଚର ସଭାପତି ଗଦାଧର ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ ନେତ୍ରାନନ୍ଦ ସାହୁ ଧନ୍ୟବାଦ ପ୍ରଦା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦର କାଉନସିଲରମାନେ ଓ ୧୩ଟି ବସ୍ତି ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.