Home ଜିଲ୍ଲା ପରିକ୍ରମା ଋଥଯାତ୍ରା ପ୍ରସ୍ତୁତି ବୈଠକରେ ଅସନ୍ତୋଷ : ନୟାଗଡ଼ ଋଥ ପାଇଁ କାଠ ନାହିଁ

ଋଥଯାତ୍ରା ପ୍ରସ୍ତୁତି ବୈଠକରେ ଅସନ୍ତୋଷ : ନୟାଗଡ଼ ଋଥ ପାଇଁ କାଠ ନାହିଁ

32

ନୟାଗଡ଼, ୯ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକରେ ବହୁମାତ୍ରାରେ ଅସନ୍ତୋଷ ଦେଖାଦେଇଥିଲା ରଥପାଇଁ କାଠ ନଥିବା ହେତୁ। କରୋନା ମାଡ଼ରେ ଦୁଇବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିଲାବେଳେ ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ପର୍ବ ନେଇ ଯେତିକି ଉତ୍ସାହ ଦେଖାଦେଇଥିଲା ତା’ଠାରୁ ଅଧିକ ବିଷାଦ ସହିତ ପ୍ରବଳ ମାତ୍ରାରେ ଅସନ୍ତୋଷ ଦେଖାଦେଇଥିଲା ରଥପାଇଁ ବନ ବିଭାଗ କାଠ ନଦେବାରୁ। ପୂର୍ବରୁ ଯେଉଁ ରଥକାଠ ଥିଲା ତାହା ଖତରା ହୋଇଗଲାଣି। ଯାହାକି ପୂର୍ବ ପ୍ରସ୍ତୁତି ବୈଠକମାନଙ୍କରେ ତିନିରଥର ନବକଳେବର ନେଇ ସହମତି ପ୍ରକାଶ ପାଇଥିଲା। ଏବଂ ବର୍ଷକୁ ଗୋଟିଏ ଗୋଟିଏ ନୂଆରଥ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲା। ଏଥିରେ ମଧ୍ୟ ବନ ବିଭାଗ ନିଜର ସ୍ୱିକୃତୀ ପ୍ରଦାନ କରିଥିଲା। ଏବେ ଦୁଇବର୍ଷ ହେଲା କରୋନା ଯୋଗୁଁ ରଥଯାତ୍ରା ବନ୍ଦ ରହିଥିବାବେଳେ ରଥକାଠ ପୁରା ଖତରା ଅବସ୍ଥାକୁ ଆସିଲାଣି। ଯାହାକି ପୁରୁଣା ଖତରା କାଠରେ କେମିତି ରଥନିର୍ମାଣ ହେବ ତାହାକୁ ନେଇ ବିବାଦ ଦେଖାଦେଇଥିଲା। ରଥ ନିର୍ମାଣ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ୫୩ ଲଗ୍ କାଠ ଯୋଗାଇ ଦେବାକୁ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଗତ ମାର୍ଚ୍ଚମାସରେ ଜଣାଇଦିଆଯାଇଥିଲା। ହେଲେ ପୁରୀ ରଥଯାତ୍ରା ଓ ଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ରଥକାଠ ଯୋଗାଇ ଦିଆଯାଉଥିଲାବେଳେ ନୟାଗଡ଼ ରଥ ନିର୍ମାଣ ପାଇଁ କାଠ ଯୋଗାଇ ହେବନାହିଁ ବୋଲି ବିଭାଗ ମନା କରିଦେଇଥିଲା। ତେବେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ବାଟସାରା ଯେଉଁ ଗଛ କାଟାଯାଇଛି ସେଥିମଧ୍ୟରୁ ବଜାର ଦରରେ ପ୍ରାୟ ୧୦ଲକ୍ଷ ଟଙ୍କା କାଠ ବାବଦକୁ ଦେବାକୁ ଦେବୋତ୍ତର ବିଭାଗକୁ କହିଥିଲେ। ଯାହକି ଏତେଟଙ୍କା ଦେବା ଦେବୋତ୍ତର ବିଭାଗ ଅକ୍ଷମତା ପ୍ରକାଶ କରିଥିଲା। ନୟାଗଡ଼ ରଥନିର୍ମାଣ ପାଇଁ କାଠ ନାହିଁ ଏହାକୁ ନେଇ ଏବେ ଭକ୍ତଙ୍କ ଠାରୁ ଆରମ୍ଭ କରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ରଥଯାତ୍ରା ପରମ୍ପରା ଅନୁଯାୟୀ ସମସ୍ତ ଦେବନୀତିରେ ପାଳନ ହେବା ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ପସ୍ତୁତି ବୈଠକରେ ଉପଜିଲ୍ଲାପାଳ ଲଗ୍ନଜୀତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଏସ୍‌ପି ଅଲେଖ ପହି, ପୌରପରିଷଦ ଅଧ୍ୟକ୍ଷା ନିରପମା ଖଟେଇ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.