Home ଓଡ଼ିଶା ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ପ୍ରଥମ ପୁତ୍ର ସନ୍ତାନ ଜନ୍ମ ନେଇ ଖୁସି ଲହରୀ

ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ପ୍ରଥମ ପୁତ୍ର ସନ୍ତାନ ଜନ୍ମ ନେଇ ଖୁସି ଲହରୀ

45

ନୟାଗଡ/୩୧/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଠାରେ ଥିବା ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ଗତ ଡିସେମ୍ବର ୩୦ ତାରିଖ ରାତ୍ରରେ ପ୍ରଥମ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି । ଓଡିଶାର ପ୍ରଥମ ନାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ରଣପୁର ରାଜମାତା ବସନ୍ତ ମଞ୍ଜରୀ ଦେବୀ ଏହି ସ୍ୱାସ୍ଥ୍ୟ ନିବାସ ନିର୍ମାଣ କରିଥିଲେ । ଏହା ଏକ ସୁନାମଧନ୍ୟ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ ଭାବେ ପରିଚିତ ଥିଲା ।

 

କିନ୍ତୁ ଯକ୍ଷ୍ମା ରୋଗ ଧିରେ ଧିରେ କମିବା ପରେ ଏହା ଏକ ସାଧାରଣ ଚିକିତ୍ସାଳୟରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଉଦ୍ୟମ ରେ କାର୍ଯ୍ୟ କରୁଅଛି । ଏହି ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଖୋଲିବା ପରେ ଏହା ହେଉଛି ପ୍ରଥମ ପୁତ୍ର ସନ୍ତାନ ଜନ୍ମ । ଡାକ୍ତର ସ୍ୱାଗତିକା ରଥ ଏହି ପୁତ୍ର ସନ୍ତାନ କୁ ଭୂମିଷ୍ଠ କରାଇଥିଲେ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ ଗ୍ରାମର ଭଗବାନ ପଟ୍ଟନାୟକ ଙ୍କ ସ୍ତ୍ରୀ ବିଶ୍ୱମ୍ବର ଦାସ ଏହି ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିବା ଜଣାପଡିଛି । ସାଧାରଣ ଚିକିତ୍ସାଳୟ ରେ ପ୍ରଥମରେ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଯୋଗୁଁ ଚିକିତ୍ସାଳୟ ର କର୍ମଚାରୀ ଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.