Home Top News ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମଗସ୍ତ ଗସ୍ତ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ : ଫେବୃୟାରୀ ୭ରେ...

ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମଗସ୍ତ ଗସ୍ତ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ : ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଠାରେ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ

55

– ପେଟ୍ରୋଲିୟମ – ପ୍ରାକୃତିକ ଗ୍ୟାସ ଏବଂ ସଡ଼କ ଓ ପରିବହନ ବିଭାଗର ୩ଟି ପ୍ରକଳ୍ପର ଉଦଘାଟନ ସହ ଗୋଟିଏ ପ୍ରକଳ୍ପର ହେବ ଶିଳାନ୍ୟାସ
– ୨୪୩୩ କୋଟି ବ୍ୟୟରେ ନିର୍ମିତ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ, ୧୦୦୦ କୋଟିର ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ୧୯୦ କୋଟିର ଏନଏଚ-୪୧ରେ ୪ ଲେନ୍ ବିଶିଷ୍ଟ ଫ୍ଲାଏ ଓଭରର ହେବ ଲୋକାର୍ପଣ
– ୧୦୨୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟ୍‌ର ହେବ ଶିଳାନ୍ୟାସ
– ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗକୁ ପାଇପରେ ଆସିବ ଗ୍ୟାସ
– ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବ ଏଲପିଜି ଇମ୍ପୋର୍ଟ ଟର୍ମିନାଲ

ପଶ୍ଚିମବଙ୍ଗ/ଭୁବନେଶ୍ୱର, ଜାନୁଆରୀ ୩୧ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଆସି ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ମୋଟ୍ ୪ ହଜାର ୭୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରବିବାର ପଶ୍ଚିମବଙ୍ଗ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ସାମଗ୍ରିକ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ୩ଟି ପ୍ରକଳ୍ପ ଯଥା ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ, ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ) ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ଜାତୀୟ ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍‌ଫ୍ଲାଏ ଓଭରର ଲୋକାର୍ପଣ କରିବା ସହ ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ଏ ସମ୍ପର୍କରେ ବିସ୍ତୁତ ତଥ୍ୟ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଶାସନ ଦାୟିତ୍ୱରେ ରହିବା ପରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାର ଲକ୍ଷ୍ୟ ରଖିଛନ୍ତି। ଏହି ପଶ୍ଚିମବଙ୍ଗ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନର ଲୋକାର୍ପଣ କରିବେ। ଫଳରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପାଇପରେ ଗ୍ୟାସ ଆସିବ। ଏହି ଧୋବି- ଦୁର୍ଗାପୁର ଗ୍ୟାସ୍ ପାଇପଲଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ। ଏହି ପାଇପଲାଇନ ୨୪୩୩ କୋଟି ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛିô। ଏହି ପ୍ରକଳ୍ପ ମଧ୍ୟରେ ୧୫ ଲକ୍ଷ ମାନବ ଦିବସ ରୋଜଗାର ସୃଷ୍ଟି କରାଯାଇଛି। ଏହି ପାଇପଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପନଃଉଦ୍ଧାର କରିବା ସହ ଏହି ପ୍ଲାଟ୍ ସମେତ ଶିଳ୍ପ, ବାଣିଜ୍ୟିକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ।

ସେହିପରି ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗରୁ ବିପିସିଏଲ ଦ୍ୱାରା ହଳଦିଆ ଠାରେ ୧୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲର ଲୋକାର୍ପଣ କରାଯିବ। ଏହି ଏଲପିଜି ଟର୍ମିନାଲ ପୂର୍ବାଂଚଳରେ ଏଲପିଜିର ବଢ଼ୁଥିବା ଚାହିଦାକୁ ପୂରଣ କରିବ ଏବଂ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ରନ୍ଧନ ଏଲପିଜି ଯୋଗାଇବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ। ସମଗ୍ର ଭାରତବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଉଜ୍ଜଳା ଯୋଜନାରେ ୮ କୋଟିରୁ ଉର୍ଦ୍ଧ୍ୱ ଗ୍ୟାସ ସଂଯୋଗ ହୋଇଥିବା ବେଳେ କେବଳ ପଶ୍ଚିମବଙ୍ଗରେ ଏହି ୮ କୋଟିର ୧୧ ପ୍ରତିଶତ ଅର୍ଥାତ୍ ୮୮ ଲକ୍ଷ ୫୧ ହଜାର ଗ୍ୟାସ ସଂଯୋଗ ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଏହାବ୍ୟତିତ ଲୋକାର୍ପିତ ହେବାକୁ ଥିବା ଜାତୀୟ ରାଜପଥ- ୪୧ର ହଳଦିଆ ସ୍ତିତ ରାଣୀଛକ ଠାରେ ୪ ଲେନ୍‌ ବିଶିଷ୍ଟ ଆରଓବି-କମ୍‌ଫ୍ଲାଏଓଭର ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଫ୍ଲାଏ ଓଭରର କାର୍ଯ୍ୟକ୍ଷମ ହେବା ଦ୍ୱାରା କୋଲାଘାଟରୁ ହଳଦିଆ ଡକ୍ କମ୍ପେ୍ଲକ୍ସ ଏବଂ ଅନ୍ୟାନ୍ୟ ଆଖପାଖ ଅଂଚଳରେ ଟ୍ରାଫିକ୍‌ ଭିଡ ନିୟନ୍ତ୍ରଣ ସହ ଯାତାୟାତ ସହଜ ହେବ। ଏହାସହ ଯାତାୟତ ଏବଂ ଭାରୀ ଯାନଗୁଡିକର ପରିବହନ ଖର୍ଚ୍ଚ ମଧ୍ୟ ସଂଚୟ ହେବ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହା ଦ୍ୱାରା ଏହି ରିଫାଇନାରୀରେ ୧ ହଜାର ୨୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୭୦ ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରୁପ ୩ ଲ୍ୟୁବ୍ ଅଏଲ୍ ବେସ୍ ଷ୍ଟକ୍‌ (ଏଲଓବିଏସ) ଉତ୍ପାଦନ କରାଯିବ। ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ। ଥରେ କାର୍ଯ୍ୟକ୍ଷମ ହେଲେ ଏହା ଆତ୍ମନିର୍ଭର ଭାରତ ଦିଗରେ ବିଦେଶରୁ ତୈଳ ଆମଦାନୀ ହ୍ରାସ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ତଥା ୭୦ ପ୍ରତିଶତ ଏହି ତୈଳ ଆମଦାନୀର ୮ ପ୍ରତିଶତ ହ୍ରାସ କରିବ। ଏହା ଦ୍ୱାରା ବିଦେଶୀ ମୁଦ୍ରାରେ ୧୮୫ମିଲିୟନ ୟୁଏସଡ଼ି ସଂଚୟ ହୋଇପାରିବ।

ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ ପରକିଳ୍ପନାରେ ପୂର୍ବ ଭାରତ ବିକାଶର ପ୍ରାଥମିକତାକୁ ସୂଚାଉଛି। ପୂର୍ବ ଭାରତକୁ ଭାରତ ସହ ସାମଗ୍ରିକ ବିକାଶ ଆଣିବା ପାଇଁ ମିଶନ ମୋଡରେ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପ ଗୁଡ଼ିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ମାଧ୍ୟମରେ ଯୁବକମାନଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.