Home କେନ୍ଦୁଝର ବସନ୍ତିଆ ନିକଟରେ କାର ଧକ୍କାରେ ଦୁଇ ଗୁରୁତର

ବସନ୍ତିଆ ନିକଟରେ କାର ଧକ୍କାରେ ଦୁଇ ଗୁରୁତର

66

ହାଟଡ଼ିହି-୧୨ / ୩ , (ଓଡିଆପୁଅ / ବିକାଶ ବିଶ୍ୱାଳ)ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର ବସନ୍ତିଆ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ କାର ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ ଗୋବିନ୍ଦପୁର ଗ୍ରାମର ପର୍ଶୁରାମ ସା ଓ ଛେନାପଦି ଗ୍ରାମର ଜିତେନ୍ଦ୍ର ଜେନା କୌଣସି କାମରେ ବନ୍ତ ଯାଉଥିବା ସମୟରେ ବିପରିତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଯାଉଥିବା ପର୍ଶୁରାମ ଓ ଜିତେନ୍ଦ୍ର ବହୁ ଦୁରକୁ ଛିଟିକି ପଡିଥିଲେ । ପର୍ଶୁରାମଙ୍କ ହାତ ଓ ଗୋଡରେ ଶକ୍ତ ଆଘାତ ଲାଗିଥିବାବେଳେ ଜିତେନ୍ଦ୍ରଙ୍କ ପେଟରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକମାନେ ଦୁଇ ବାଇକ ଆରୋହୀଙ୍କୁ ଉଦ୍ଧାରକରି ତୁରନ୍ତ ଭଦ୍ରକ ଡାକ୍ତରଖାନା ପଠାଇଥିବା ବେଳେ ସେଠାରୁ ପର୍ଶୁରାମଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.