Home କେନ୍ଦୁଝର ଅପହୃତା ନାବାଳିକାକୁ ଉଦ୍ଧାର କଲା ପୁଲିସ

ଅପହୃତା ନାବାଳିକାକୁ ଉଦ୍ଧାର କଲା ପୁଲିସ

33

ହାଟଡ଼ିହି-୧୨ / ୩ , (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଟୁକୁଣା ଗ୍ରାମରୁ ଅପହୃତ ହୋଇଥିବା ନାବାଳିକାକୁ ନନ୍ଦିପଦା ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ଖବରରୁ ଜଣାଯାଇଛି ଯେ ଗତ ତିନିମାସ ପୁର୍ବେ ଟୁକୁଣା ଗ୍ରାମର ଜଣେ ୧୪ବର୍ଷୀୟ ନାବାଳିକାକୁ ବଡରମ୍ପାସ ଗ୍ରାମର ରଶ୍ମିରଞ୍ଜନ ସେଠୀ ନାମକ ଜଣେ ଯୁବକ ଅପହରଣ କରିନେଇଥିଲା । ଏନେଇ ନା ବାଳିକାର ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲା । ଘଟଣାର ତିନିମାସ ପରେ କୌଣସି ସୁତ୍ରରୁ ଖବରପାଇ ନନ୍ଦିପଦା ପୁଲିସର ଏକ ଦଳ ତାମିଲନାଡୁ ଯାଇ ସେଠାରୁ ନାଁବାଳିକାକୁ ଉଦ୍ଧାର କରିବାରେ ସମର୍ଥ ହୋଇଛି । ସଂପୃକ୍ତ ଯୁବକକକୁ ଆଜି କୋର୍ଟ ଚାଲାଣ କରାଯାଇଥିବାବେଳେ ନାଁ ବାଳିକାକୁ ସ୍ୱଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.