ବଲାଙ୍ଗୀର, ୧୫-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ କୋଭିଡ ଯୋଦ୍ଧା ଙ୍କ ଉପସ୍ଥିତି ରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ସୋମେସ କୁମାର ଉପାଧ୍ୟାୟ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତି ଉଦେଶ୍ୟ ରେ ଉଦବୋଧନ ଦେଇ ଥିଲେ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସକାଳ ୪ଟା୩୦ ମିନିଟ ସମୟ ଡାକ ବାଜି ଯନ୍ତ୍ର ଦ୍ଵାରା ସହର ରେ ରାମଧୁନ ପରିବେଷଣ ସହ ସକାଳ ୭ଟା ୩୦ ସମୟ ରେ ସହର ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।କୋଭିଡ-୧୯ ଗାଇଡ଼ ଲାଇନ ଓ ଗୃହ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ, ପୌରପରିଷଦ ଏବଂ ପୋଲିସ ବିଭାଗ ତରଫରୁ ମନୋନୀତ ୩୦ ଜଣ କୋଭିଡ ଯୋଦ୍ଧା ଙ୍କୁ ସମ୍ମାନ ର ସହ ଆସନ ଦିଆଯାଇଥିଲା। ଗତ ୧୦ ତାରିଖରେ ଅନୁଷ୍ଠିତ ବିଭିନ୍ନ ପ୍ରସ୍ତାବ କ୍ରମେ ସଂକ୍ଷିପ୍ତ ଭାବେ ଉତ୍ସବ କୁ ପାଳନ କରାଯାଇଥିଲା। ଦିବସ ପାଳନ ସହ ସମ୍ପୃକ୍ତ ସରକାରୀ ଅଧିକାରୀ ଯଥା ଜନସ୍ଵାସ୍ଥ୍ୟ, ରାସ୍ତା ଓ ଗୃହ ବିଭାଗ, ବିଦ୍ୟୁତ ବିଭାଗ, ଅଗ୍ନିଶମ, ଅବକାରୀ, ଶିକ୍ଷାବିଭାଗ, ପୌରପରିଷଦ ତଥା ଉପଖଣ୍ଡ ଚିକିତ୍ସା ଅଧିକାରୀ, ଉଦ୍ୟାନ ବିଭାଗ ପ୍ରମୁଖ କାର୍ଯ୍ୟକର୍ତା ଙ୍କ ସହ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ଉତ୍ସବ ପରିଚାଳନା କରିଥିଲେ।








