Home ଜିଲ୍ଲା ପରିକ୍ରମା ଗୋଟିଏ ଦିନରେ ଜିଲ୍ଲା ରୁ ୯୨ ଚିହ୍ନଟ, ୮୮୦ ରେ ପହଁଚିଲା ଆକ୍ରାନ୍ତ ଙ୍କ ସଂଖ୍ୟା।

ଗୋଟିଏ ଦିନରେ ଜିଲ୍ଲା ରୁ ୯୨ ଚିହ୍ନଟ, ୮୮୦ ରେ ପହଁଚିଲା ଆକ୍ରାନ୍ତ ଙ୍କ ସଂଖ୍ୟା।

142

ବଲାଙ୍ଗିର ୧୬-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରେ ଶନିବାର ଦିନ ସର୍ବାଧିକ ୯୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଂଚଳରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ତେବେ ବଲାଙ୍ଗିର ପୌରାଂଚଳରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଜଣେ ମହିଳା କୋଭିଡ ଯୋଦ୍ଧା ଓ ଜଣେ ପୁରୁଷ କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ବଲାଙ୍ଗିର ପୌରାଂଚଳର କଂସାରୀପଡ଼ାରୁ ୨, ଲକ୍ଷ୍ମୀନଗରରୁ ୧, ତାଲପାଲିପଡ଼ାରୁ ୪, ଇନ୍ଦିରାନଗରରୁ ୧, ସତ୍ୟନାରାୟଣପଡ଼ାରୁ ୧, ଲକ୍ଷ୍ମୀଜୋରପଡ଼ାରୁ ୧, ତେଲିଗୋଠପଡ଼ାରୁ ୧, ବରପାଲିପଡ଼ାରୁ ୧, କନ୍ଧପାଲିପଡ଼ାରୁ ୧, ବିଭୂତିପଡ଼ାରୁ ୧, ଡୁଙ୍ଗୁରିପଡ଼ାରୁ ୧, କଲେଜଛକରୁ ୨, ବିଷ୍ଣୁମୁଣ୍ଡାରୁ ୧ ଏବଂ ପେଲେସଲାଇନ୍‌ରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଫାସଡ଼ରୁ ସର୍ବାଧିକ ୨୩ ଜଣ ଚିହ୍ନଟ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ଦେଓଗାଁ ବ୍ଲକ ଚନ୍ଦ୍ରପୁରରୁ ୩ ଓ ବନ୍ଧପାଲିରୁ ୧, ପୁଇଁନ୍ତଲା ବ୍ଲକ ସିକାବାହେଙ୍ଗାରୁ ୩, ପୁଇଁନ୍ତଲାରୁ ୧, ବଲାଙ୍ଗିର ବ୍ଲକ ଚନ୍ଦନଭାଟିରୁ ୯, ଆଗଲପୁର ବ୍ଲକ ଉପରବାହାଲରୁ ୧ ଓ ବନ୍ଧବାହାଲରୁ ୧, ଆଗଲପୁରରୁ ୧୦, ଲୋଇସିଂହା ବ୍ଲକ ନୂଆପଡ଼ାରୁ ୮, ଲୋଇସିଂହା ବ୍ଲକ ବୁରୋମୁଣ୍ଡାରୁ ୧, ଲୋଇସିଂହା ବ୍ଲକ ବୁଡର଼୍ାରୁ ୨, ଖପ୍ରାଖୋଲରୁ ୧, ଖୋପ୍ରାଖୋଲ ବ୍ଲକ ଲାଠୋରରୁ ୧ ଓ ଲୁହାସିଂହାରୁ ୧, ଟିଟିଲାଗଡ଼ ବ୍ଲକ ଖୋଲାନ୍‌ରୁ ୧ ଓ କୁମୁଡ଼ାରୁ ୧ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜେଟିଭ୍‌ ହୋଇଥିବା ବେଳେ ବାକି ଆକ୍ରାନ୍ତ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି। ଆଜି ସଂକ୍ରମିତଙ୍କ ମଧ୍ୟରେ ୪୪ ଜଣ ମହିଳା ରହିଛନ୍ତି। ରିପୋର୍ଟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଦ୍ୟରୁ ୫୫୩ ଜଣ ସୁସ୍ଥ ହୋଇ ସାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.