Home ଓଡ଼ିଶା ପ୍ରଦେଶ କଂଗ୍ରେସର ୭୪ ତମ ସ୍ୱାଧୀନତା ଦିବସ ପାଳନ

ପ୍ରଦେଶ କଂଗ୍ରେସର ୭୪ ତମ ସ୍ୱାଧୀନତା ଦିବସ ପାଳନ

86

ଭୁବନେଶ୍ୱର-୧୫/୮ (ଓଡ଼ିଆ ପୁଅ) -ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୪ ତମ ସ୍ୱାଧୀନତା ଦିବସ କଂଗ୍ରେସ ଭବନ ପରିସରରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।ଆଜିର କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ଦିବସ ର ଶୁଭେଚ୍ଛା ଜଣାଇ ଉଦବୋଧନ ଦେଇଥିଲେ।

ଉପସ୍ଥିତ ଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀଙ୍କୁ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ମହାମନିଷି ଓ ସ୍ବାଧୀନତା ସଂଗ୍ରାମୀମାନେ ସେମାନଙ୍କର ପ୍ରାଣବଳି ଦେଇ ଦେଶକୁ ସ୍ବାଧୀନତା ଆଣିଥିଲେ।କିନ୍ତୁ ସେମାନେ ଦେଖିଥିବା ସ୍ୱପ୍ନ ଆଜି ସମ୍ପୂର୍ଣ୍ଣ ଭାବେ ସାକାର ହୋଇପାରି ନାହିଁ।ତେଣୁ ଏ ଦେଶରେ ସମସ୍ତ କଂଗ୍ରେସକର୍ମୀ ଏବଂ ଯୁବସମାଜ ଆଗେଇ ଆସନ୍ତୁ ଏବଂ ଦେଶକୁ ଆଗେଇ ନେବା ପାଇଁ ଶପଥ ନେବାର ଆହ୍ୱାନ ଦେଇଥିଲେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ।ଏବେ ଦେଶରେ ଏବେ କରୋନା ମହାମାରି ଗ୍ରାଶ କରିଛି।କରୋନା ମହାମାରି ପାଇଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ବଡ ପ୍ରଭାବ ପକାଇଛି।ଏହି କରୋନା ମାହାମାରି କୁ ପରାସ୍ତ ଜରିବା ପାଇଁ ଯେଉଁ ନୀତି, ନିୟମ, କାନୁନ ରହିଛି ତାକୁ ମାନି ଆମେ ସମସ୍ତେ ଆନ୍ତରିକତା ର ସହ ପାଳନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ। ଏତତ୍ ବ୍ୟତୀତ ଭାରତ ସ୍ବାଧୀନତା ପରେ ଏ ବର୍ଷ ଦେଶ ଅର୍ଥନୈତିକ ସଙ୍କଟ ଏବଂ ଗଣତନ୍ତ୍ରର ସଙ୍କଟ ର ସମ୍ମୁଖୀନ ହେଇଛି।ଦେଶର ଅର୍ଥନୀତିକୁ କିପରି ସଜାଡ଼ିବା ଏବଂ ଦେଶଗ ଗଣତନ୍ତ୍ରର ସମ୍ବିଧାନକୁ କିପରି ରକ୍ଷା ଜରିବା ଆଜି ସମସ୍ତେ ଶପଥ ନେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବକ୍ତବ୍ୟ ରେ କହିଥିଲେ।

ଆଜି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଜ୍ୟୋତିଷ ସାହୂ ପରିଚାଳନା କରିଥିବାବେଳେ ପିସିସି ସଭାପତିଙ୍କ ବ୍ୟତୀତ କଂଗ୍ରେସ ନେତୃବୃନ୍ଦ ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଅନନ୍ତ ସେଠି, ପଞ୍ଚାନନ କାନୁନଗୋ, ବିପିନ ଦାଶ, ସିବାନନ୍ଦ ରାୟ, ମନୋରଞ୍ଜନ ଦାଶ, କିଶୋର ଜେନା, ରଶ୍ମି ମହାପାତ୍ର, ଜାନକୀ ବଲ୍ଲବ ପଟ୍ଟନାୟକ,, ସସ୍ମିତା ବେହେରା, ବିଶ୍ୱଜିତ ଦାଶ, ଦୀପକ ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ଦେଓ ପ୍ରସାଦ, ବୀଣାପାଣି ସାମଲ, ବିସ୍ମୟ ମହାପାତ୍ର, ମୁନି ଥାପା, ଶ୍ରୀୟସ୍ମିତା ପଣ୍ଡା, ଲିଙ୍ଗରାଜ ସାହୂ, ପ୍ରକାଶ ମିଶ୍ର, ସଞ୍ଜୀବ ମହାନ୍ତି, ସଂଜୟ ମିଶ୍ର, ପ୍ରଣତି ମିଶ୍ର, ବେନା ପାତ୍ର, ନିରୋଦ ବରଣ ଖୁଣ୍ଟିଆ, ସୁବାଷ ପ୍ରଧାନ, ରାଜ କିଶୋର ବାରିକ, ମଟୁ ମଲ୍ଲିକ, ମହମ୍ମଦ ସାହାଦୁଲ୍ଲା, ଚିତ୍ରାଙ୍ଗନା ବରାଳ, ଅକ୍ଷୟ କୁମାର ବରାଳ, ଶୋଭନ ରାଉତ, ସଂକୁନା କଂହର, ରଞ୍ଜିତ ପାତ୍ର, ବାଙ୍ଗଲା ମଲ୍ଲିଆ, ଜୟକୃଷ୍ଣ ସୁବୁଦ୍ଧି, ପ୍ରସନ୍ନ ନାୟକ, ମନୋଜ ନାୟକ, ଚିନ୍ମୟ ଦାଶ, ପ୍ରକାଶ ମହାନ୍ତି, ଅଜୟ ସାହୂ, ଅଜୟ କୁମାର ମହାନ୍ତି, ଖଗେଶ୍ୱର ମଲ୍ଲିକ, କୁଳମଣି ସାହୂ, ଲୁଲୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.