Home Coronavirus Outbreak ବଲାଙ୍ଗୀର ଜିଲ୍ଲାରେ ବୃଦ୍ଧି ପାଇ ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ଲୋଇସିଙ୍ଗାକୁ ସରପଞ୍ଚ ୩୦ ତାରିଖ ପର୍ଯ୍ୟନ୍ତ...

ବଲାଙ୍ଗୀର ଜିଲ୍ଲାରେ ବୃଦ୍ଧି ପାଇ ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ଲୋଇସିଙ୍ଗାକୁ ସରପଞ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଘୋଷଣା କଲେ ସଟଡ଼ାଉନ

102

ବଲାଙ୍ଗୀର, ୨୭-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ କ୍ରମାଗତ ବଢି ଚାଲିଛି। ଆମ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେଥି ମଧ୍ୟରୁ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ସହରରେ ଦିନକୁ ଦିନ କୋରାନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଚାଲିଛି। ବୁଧବାର ଏଠାରେ ଗୋଟିଏ ଦିନରେ ୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଲୋଇସିଂହାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଲୋଇସିଂହା ସରପଞ୍ଚ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅଗଷ୍ଟ ୩୦ଯାଏ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଔଷଧ, କ୍ଷୀର ସମେତ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ତେବେ ଖୀଲାପକାରୀଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା ପତ୍ରରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.