Home ଅନୁଗୁଳ ନବଜାତ ଶିଶୁପୁତ୍ର ଉଦ୍ଧାର

ନବଜାତ ଶିଶୁପୁତ୍ର ଉଦ୍ଧାର

174

ପାଳଲହଡ଼ା,୨୮/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଗୁରୁବାର ସନ୍ଧ୍ୟାରେ ପାଳଲହଡା ଥାନା ଅନ୍ତର୍ଗତ ସଇଡା ପଞ୍ଚାୟତ ଡାଲୋ ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ କେହି ଜଣେ ଏକ ସଦ୍ୟ ନବଜାତ ଶିଶୁପୁତ୍ରକୁ ଡ଼ାଲୋ ଗ୍ରାମର କେଶବ ମହନ୍ତଙ୍କ ଘର ସମ୍ମୁଖରେ ଛାଡ଼ି ଦେଇ ପଳାଇଥିଲେ। ତେବେ ନବଜାତ ଶିଶୁ କାନ୍ଦୁଥିବାର ଶୁଣି ଗ୍ରାମବାସୀମାନେ ତାକୁ କେଶବଙ୍କ ଘର ସମ୍ମୁଖରୁ ଉଦ୍ଧାର କରି ଆଶାକର୍ମୀ ଓ ପୋଲିସଙ୍କୁ ଖବର ଦେଇଥିଲେ। ଖବର ପାଇ ପାଳଲହଡା ପୋଲିସ ଶିଶୁଟିକୁ ଘଟଣାସ୍ଥଳରୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସୂଚନା ଅନୁଯାୟୀ ପ୍ରାଥମିକ ଚିକିତ୍ସା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.