Home ଜିଲ୍ଲା ପରିକ୍ରମା ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସ ସଭାପତି ଭାବେ ଦିଲୀପ ବେହେରା ନିଯୁକ୍ତ

ବଲାଙ୍ଗୀର ଜିଲ୍ଲାରେ କଂଗ୍ରେସ ସଭାପତି ଭାବେ ଦିଲୀପ ବେହେରା ନିଯୁକ୍ତ

77

ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟ କଂଗ୍ରେସର ୩୩ଟି ସାଙ୍ଗଠାନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ତାଲିକା ପ୍ରକାଶ ପାଇଛି। ବଲାଙ୍ଗିର ଜିଲ୍ଲାରେ ଦିଲୀପ ବେହେରାଙ୍କ ଉପରେ ଦଳ ପୁର୍ଣ ବିଶ୍ୱାସ ରଖିଥିବା ବେଳେ ତାଙ୍କୁ ପୁଣି ଥରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସଭାପତି ରୂପେ ମନୋନୀତ କରାଯାଇଥିବା ସୂଚନା ମିଳିଛି। ଏହି ଖବର ପ୍ରକାଶିତ ହେବା ପରେ କଂଗ୍ରେସ ଦଳରେ ଖୁସିର ମାହୋଲ ଦେଖା ଦେଇଛି। ଶ୍ରୀ ବେହେରା ଜିଲ୍ଲାରେ କଂଗ୍ରେସ ଦଳକୁ ଆହୁରି ମଜବୁତ କରିବେ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ଦଳର ଜିଲ୍ଲା ସଭାପତି ପଦରେ ଗଞ୍ଜାମ ପାଇଁ ରମେଶ ଜେନାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଖୋର୍ଦ୍ଧା ପାଇଁ ସୁରେଶ ରାଉତରାୟଙ୍କୁ ନିଯୁକ୍ତ କରାଯାଇଛି। ରାଉରକେଲା ପାଇଁ ଜର୍ଜ ତିର୍କୀ, ଢେଙ୍କାନାଳ ପାଇଁ ସରୋଜ ପଟ୍ଟନାୟକ, କେନ୍ଦ୍ରାପଡା ପାଇଁ ଅଂଶୁମାନ ମହାନ୍ତି, ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, ବାଲେଶ୍ୱର ପାଇଁ ସଞ୍ଜୀବ ଗିରି, କୋରାପୁଟ ପାଇଁ ମୀନାକ୍ଷୀ ବାହିନୀପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.