Home ଜିଲ୍ଲା ପରିକ୍ରମା ଦଶ ଦିନିଆ ଛେଳି ପାଳନ ତାଲିମ ଶିବିର ଆୟୋଜିତ

ଦଶ ଦିନିଆ ଛେଳି ପାଳନ ତାଲିମ ଶିବିର ଆୟୋଜିତ

65

ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକର କନ୍ଧକେଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟକାନି ଠାରେ ଦଶ ଦିନିଆ ଛେଳି ପାଳନ ତାଲିମ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କନ୍ଧକେଲଗାଁ ୟୁଜିବି ଶାଖା ପ୍ରବନ୍ଧକ ମଧୁସୂଦନ ଦାସ ଆସି ତାଲିମାର୍ଥୀମାନଙ୍କୁ ବ୍ୟାଙ୍କ ବିଷୟରେ ବୁଝାଇବା ସହିତ ଶୁଭକାମନା କରିଥିଲେ। ଅନୁଷ୍ଠାନର ନିର୍ଦେଶକ ଲକ୍ଷ୍ମୀଧର ମଲ୍ଲିକ, ଆର୍ ସେଠି ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ବୁଝାଇଥିବା ବେଳେ କରୋନା ମହାମାରୀ ରୂପ ଧାରଣ କରିଥିବା ଯୋଗୁ ସମସ୍ତ କାର୍ଯ୍ୟ ସାମାଜିକ ଦୂରତା ରକ୍ଷା କରି ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ପ୍ରଶିକ୍ଷକ ସୂର୍ଯ୍ୟମଣି ପ୍ରଧାନ ତାଲିମାର୍ଥୀ ମାନଙ୍କୁ ସକ୍ରିୟ ଅଂଶ ଗ୍ରହଣ କରିଥିବା ଯୋଗୁଁ ଧନ୍ୟବାଦ ଅର୍ପଣ କରିଥିଲେ। କିପରି ଭଲ ପ୍ରଶିକ୍ଷଣ ପାଇବା ସହିତ ଳାଭବାନ ହୋଇପାରିବେ, ସେ ବିଷୟରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଇଁନ୍ତଲା ବ୍ଳକର କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟ କାନି, ସର୍ଗିପାଲି, ଡଙ୍ଗରପଡ଼ା ଓ ସିନଖମନର ୨୦ ଜଣ ମନରେଗା ଶ୍ରମିକ ଓ ୧୫ ଜଣ ସ୍ଵୟଂ ସହାୟକ ଦଳର ସଭ୍ୟା ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.