Home ଜିଲ୍ଲା ପରିକ୍ରମା ବର୍ଷା ପାଇଁ ବେଙ୍ଗୁଲୀ ବାହାଘର

ବର୍ଷା ପାଇଁ ବେଙ୍ଗୁଲୀ ବାହାଘର

90

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ବର୍ଷା ହେବା ପାଇଁ ବେଙ୍ଗବେଙ୍ଗୁଲିର ବାହାଘର ପରି ଉତ୍ସବ ଆଗରପଡ଼ା ସ୍ଥିତ ବାଲିଆ ଗ୍ରାମରେ ହୋଇଥିବାର ପରିଲକ୍ଷିତ ହୋଇଛି । ବର୍ଷାର ଅନିୟମିତତା ଯୋଗୁଁ ଧାନଚାଷ କାର୍ଯ୍ୟ ଠିକ୍ ଭାବେ ହୋଇପାରୁ ନାହିଁ । ତେଣୁ ଚାଷୀ ମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ି ଏହି ପରି କାର୍ଯ୍ୟ କରିଛନ୍ତି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ପଣ୍ଡିତ ବୈଦନାଥ ଦାଶ,ସୁଶାନ୍ତ ପଣ୍ଡା,ଲକ୍ଷ୍ମୀଧର ପଣ୍ଡା,ରଶ୍ମିରଜଂନ ପଣ୍ଡା,ରମେଶ ପାଣିଗ୍ରାହୀ ପ୍ରମୁଖ ବିଧିବଦ୍ଧ ଭାବେ ଇନ୍ଦ୍ର ପୂଜା କରିବାପରେ ବେଙ୍ଗ ବେଙ୍ଗୁଲୀ ବାହାଘର ସଂପନ୍ନ ହୋଇଥିଲା । ନୃସିଂହ ସାହୁ,ବାଦଲ,ରବି,ନରହରି ପଣ୍ଡା,ଶଚିନ୍ଦ୍ର ପଣ୍ଡା,ଅନନ୍ତ ବାରିକ,ଚିନ୍ତାମଣୀ ପାତ୍ର,ସୁରେନ୍ଦ୍ର ଜେନା,ଉମେଶ ପଣ୍ଡା,ସାଇ ସୂରୁପ ଦାଶ,ଝରଣା ଦାଶ,ତିଳୋତ୍ତମା ପଣ୍ଡା,ଜୟନ୍ତୀ ଯେନା,ଜୟଦ୍ରଥ ପାତ୍ର ପ୍ରମୁଖ ଗ୍ରାମବାସୀମାନଙ୍କ ସାହାର୍ଯ୍ୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.